ଉତ୍କଳ ହସ୍ପିଟାଲରେ ପାଳିତ ହେଲା ବିଶ୍ୱ ଲିଭର ଦିବସ । ବିଶେଷଜ୍ଞ କହିଲେ ଲିଭର ସୁସ୍ଥତାର ଉପାୟ

64

କନକ ବ୍ୟୁରୋ : ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶାଲିଟି ଉତ୍କଳ ହସ୍ପିଟାଲ ପରିସରରେ ବିଶ୍ୱ ଲିଭର ଦିବସ ପାଳନ ହୋଇଛି । ଏହି ଅବସରରେ ଏକ ଦୌଡ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଲିଭରକୁ କିଭଳି ସୁସ୍ଥ ରଖିପାରିବେ ତାହା ଉପରେ ସଚେତନ କରାଇବା ।

ଦୌଡ କାର୍ଯ୍ୟକ୍ରମରେ ପାଖାପାଖି ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସର ରେସିଡେଣ୍ଟ ଏଡିଟର ଶିବ କୁମାର ମହାନ୍ତି, ଡିଏମଇଡି  ସଚ୍ଚିଦାନନ୍ଦ ମହାନ୍ତି ଓ ଏସଓଟିଟିଓର ସଂଯୁକ୍ତ ନିର୍ଦ୍ଦେଶକ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ M.ch(Surgical Gastroenterology)MS(General Surgery)Senior consultant HPB & GI surgery ଡ.ସତ୍ୟପ୍ରକାଶ ରାୟ ଚୌଧୁରୀ, senior consultant surgical, Gastroenterology HPB surgery and GI oncologyଡ. ଦିଲ୍ଲୀପ କୁମାର ପରିଡା ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।