ଯଦି ଆପଣ ଘରୁ କିମ୍ବା ଦୋକାନରୁ କିମ୍ବା ବ୍ୟାଙ୍କରୁ ୫୦ ହଜାରରୁ ଅଧିକ ନଗଦ ଟଙ୍କା କିମ୍ବା ଅଳଙ୍କାର ଆଦି ନେଇ ବାହାରକୁ ଯାଉଛନ୍ତି ତେବେ ଏଥି ସହିତ ଏହା ସହ ଜଡିତ ଦସ୍ତାବିଜ ମଧ୍ୟ ସାଥିରେ ନିଶ୍ଚୟ ରଖନ୍ତୁ । ଏଥିପାଇଁ ଏଟିଏମର ସ୍ଲିପ୍, ଫୋନରେ ଆସିଥିବା ଟ୍ରାନଜାକସନର ମେସେଜ, ଅଳଙ୍କାର କିଣିଥିବା ସମୟରେ ମିଳିଥିବା ରସିଦ ଭଳି ଅନ୍ୟାନ୍ୟ କାଗଜପତ୍ର ନିଶ୍ଚୟ ପାଖରେ ରଖନ୍ତୁ । ଯଦି ଆପଣ ଏଭଳି ନକରନ୍ତି ତେବେ ପୁଲିସ ଆପଣଙ୍କର ସବୁ ଟଙ୍କା ଆଉ ଅଳଙ୍କାର ଜବତ କରିନେବ ।
ଏଭଳି ନିୟମ ଲାଗୁ ହୋଇଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶରେ ଆଚରଣ ସଂହିତା ଲାଗୁ ରହିବା ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ନଗଦ ଟଙ୍କା, ସୁନା ଅଳଙ୍କାର ଭଳି ଦାମୀ ବସ୍ତୁର ଟ୍ରାନ୍ସପୋର୍ଟେସନକୁ କୌଣସି ରାଜନୈତିକ ଉଦ୍ଦେଶ ବୋଲି ନିର୍ବାଚନ ଆୟୋଗ ମାନିବ । ତେଣୁ ଏହି ସବୁ ଜିନିଷକୁ ବ୍ୟକ୍ତିଗତ ବୋଲି ପ୍ରମାଣିତ କରିବାକୁ ହେଲେ ଆପଣଙ୍କୁ ଉଭୟ ପୁଲିସ ଓ ପ୍ରଶାସନକୁ ଏଥି ସହିତ ଜଡିତ ଦସ୍ତାବିଜ ଦ୍ୱାରା ସନ୍ତୁଷ୍ଟ କରିବାକୁ ହେବ ।
ସେହିପରି ଆୟୋଗର ଯୁକ୍ତି ରହିଛି କି, କାହା କପାଳରେ ତ ଏହା ଲେଖା ଯାଇନି କି, ସେ ଜଣେ ସାଧାରଣ ଲୋକ ନା କୌଣସି ରାଜନୈତିକ ଦଳର ନେତା କିମ୍ବା କର୍ମୀ ବୋଲି । ଅନ୍ୟପଟେ, ସବୁବେଳେ କ୍ୟାସର ହିସାବ ସାଥିରେ ନେଇ ଚାଲିବା ସମ୍ଭବ ନୁହେଁ ବୋଲି ବ୍ୟବସାୟୀମାନେ ଯୁକ୍ତି ବାଢିଛନ୍ତି ।
ଟଙ୍କା, ଟେକ୍ ଏବଂ ଅଳଙ୍କାର ପାଖରେ ଥିଲେ...
• ଟଙ୍କା ଟ୍ରାନଜାକସନର ରସିଦ କିମ୍ବା ବ୍ୟାଙ୍କ ପାସବୁକ ସାଥିରେ ରଖନ୍ତୁ
• ଚେକର ପୂରା ବିବରଣୀ ଏବଂ ଅଳଙ୍କାରର ବିଲ ସାଥିରେ ରଖନ୍ତୁ
• ଟଙ୍କା କିମ୍ବା ଅଳଙ୍କାର ରାଜନୈତିକ ସମ୍ବନ୍ଧିତ ନହୋଇଥିବା ଦରକାର
• ପଚରାଯିବା ଦ୍ୱାରା କେଉଁଠି ଏବଂ କେଉଁ ଉଦ୍ଦେଶ୍ୟରେ ନେଉଛନ୍ତି ତାହା ଜଣାନ୍ତୁ
ବ୍ୟକ୍ତିଗତ ଜିନିଷ ଜବତ ହେଲେ କଣ କରିବେ
• ପୁଲିସ ଚେକିଂ ସମୟେରେ ଜବତ ହୋଇଥିବା ଟଙ୍କା,ଅଳଙ୍କାର ଏବଂ ଚେକ ଅବୈଧାନିକ ବୋଲି ଭାବି ୪୧ (୨) ଅଧାରରେ ରଖି ପାରିବ । ଟଙ୍କା ଜବତ ହେବା ପରେ ଏହାର ଅପିଲ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟକୁ ଯାଇଥାଏ । ଏଥିରେ ଜଣେ ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟ ଥାନ୍ତି । ଏଠାରେ ଆପଣଙ୍କୁ ଆପଣଙ୍କର ପକ୍ଷ ରଖିବାକୁ ପଡିବ । ଯଦି ଆପଣ ନିଜର ପକ୍ଷ ରଖିବାକୁ ଅକ୍ଷମ ହୁଅନ୍ତି ତେବେ ମାମଲାଟି କୋର୍ଟଟୁ ଚାଲି ଯିବ ।
• ଟଙ୍କା ଜବତ ହେବା ଦ୍ୱାରା ପୀଡିତ ସିଧା କୋର୍ଟର ବି ଦ୍ୱାରସ୍ତ ହୋଇପାରିବେ । ସେ ସୋର୍ସ ଜଣାଇ ଟଙ୍କାକୁ ଫେରାଇ ଆଣିପାରିବେ । ନିୟମାନୁସାରେ ୫୦ ହଜାରରୁ ଅଧିକ ଟଙ୍କା ବ୍ୟାଙ୍କରେ ଜମା କଲେ କିମ୍ବା ପାଖରେ ରଖିଲେ ପାନ କାର୍ଡ ରଖିବା ନିହାତି ଜରୁରୀ ।