ଖରାଦିନେ ଜଳ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପଦକ୍ଷେପ । ମନ୍ତ୍ରୀ କହିଲେ, ପାଣି ପାଇଁ ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ୍ । ଜଳ ସମସ୍ୟା ଜଣାଇବା ପାଇଁ ଜାରି ହେଲା ୩ଟି ଟୋଲ୍ ଫ୍ରି ନମ୍ବର ।

291

କନକ ବ୍ୟୁରୋ : ରାଜ୍ୟରୁ ଉପୁଜୁଥିବା ଜଳ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର । ଖରାଦିନେ ସାରା ରାଜ୍ୟରେ ଦେଖାଦେଇଥିବା ଜଳ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୃଷ୍ଟି ହେଉଥିବା ଜଳ ସମସ୍ୟା ଜଣାଇବା ପାଇଁ ୩ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।

Comments are closed.