ଏଣିକି ଅନଲାଇନରେ ମିଳିବ ଡ୍ରାଇଭିଙ୍ଗ ଲର୍ଣ୍ଣିଂ ଲାଇସେନ୍ସ । କାଗଜ ଲାଇସେନ୍ସକୁ ବନ୍ଦ କଲେ ଆରଟିଓ । ଫିଟନେସ୍ ସାର୍ଟିଫିକେଟର ନକଲ ବି ଅନଲାଇନରେ ମିଳିପାରିବ ।

4,182

କନକ ବ୍ୟୁରୋ: ବନ୍ଦ ହେଲା କାଗଜ ଲାଇସେନ୍ସ । କାଗଜ ଲାଇସେନ୍ସକୁ ବନ୍ଦ କଲେ ଆରଟିଓ । ଏଣିକି ଅନଲାଇନରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ । ଫିଟ୍ନେସ ସାର୍ଟିଫିକେଟର ପ୍ରମାଣପତ୍ର ବି ଅନଲାଇନରେ ମିଳିବ । ତେବେ ଆ-ଲର୍ଣ୍ଣିଂ ନେଇ ଆଂଚଳିକ ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଯେଉଁମାନେ କାଗଜ ଦସ୍ତାବିଜ ପାଇଁ ଇଚ୍ଛା ପ୍ରକାଶ କରିବେ, ସେମାନେ ଲିଖିତ ସମ୍ମତି ପ୍ରଦାନ କରି ଫିସ ପୈଠ କଲେ ଅନଲାଇନରେ ଦସ୍ତାବିଜ ପାଇପାରିବେ । ଏଥିପାଇଁ ଆବେଦକଙ୍କୁ ସଂପୃକ୍ତ ୱେବସାଇଟକୁ ଯିବାକୁ ପଡିବ । ୱେବସାଇଟକୁ ଯାଇ ଆପଣ ଆପଣଙ୍କ ଆବଶ୍ୟକୀୟ କାଗଜପତ୍ର ଡାଉନଲୋଡ କରିପାରିବେ ।

ତେବେ ଡ୍ରାଇଭିଂ ଲାଇସେନ୍ସ ଓ ବିଭିନ୍ନ ଗାଡି କାଗଜପତ୍ର ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଡକ୍ୟୁମେଣ୍ଟ ପାଇବାକୁ ସକାଳ ପହରୁ ଲମ୍ବା ଲାଇନ ଦେଉଛନ୍ତି । କାଜର ଖଣ୍ଡେ ପାଇଁ ସାରା ଦିନ ଧାଡିରେ ରହିବାକୁ ପଡୁଥିବାରୁ ଲୋକେ ଅସନ୍ତୋଷ ବି ଜାହିର କରିଛନ୍ତି । ତେବେ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଅନଲାଇନରେ ଲର୍ଣ୍ଣିଂ ଦେବାକୁ ସ୍ଥିର କରିଛନ୍ତି ଆରଟିଓ ।