ପଛୁଆ ଜିଲ୍ଲାର ଆଗୁଆ ଗୋ-ଚାଷୀ । ମାଲକାନଗିରି ଗୋବିନ୍ଦପାଲ୍ଲିର ମାମୁଁ ଭଣଜା ଶରତ ଓ ବିକ୍ରମଙ୍କ ସଫଳତାର କାହାଣୀ ।

99

କନକ ବ୍ୟୁରୋ: ଲକଡାଉନ ର ପରିଚୟ ଦେଇଦେଲା ଗୋ – ଚାଷ । ପଛୁଆ ଜିଲାର ଆଗୁଆ ଗୋ – ଚାଷୀ ମାମୁଁ ଭଣଜା । ୨ ଗୋଟି ଗାଇରୁ ଆରମ୍ଭ କରିଥିଲେ ଗୋ – ପାଳନ । କିନ୍ତୁ ଏବେ ବଦଳିଯାଇଛି ସ୍ଥିତି । ନିଜେ ବିନିଯୋଗ କରି ସଫଳ ଚାଷୀ ହୋଇପାରିଛନ୍ତି ଏମାନେ । ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲିରୁ ଆସିଛି ସଫଳ ଗୋ – ଚାଷୀ ପାଲଟିଥିବା ମାମୁଁଭଣଜାଙ୍କ କାହାଣୀ । ଗୋଟିଏ ବର୍ଷ ମଧ୍ୟରେ ହୋଇପାରିଛନ୍ତି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ।

ଲକଡାଉନ ଦେଖାଇଦେଲା ବାଟ । ଗୋ – ପାଳନ କରି ଏବେ ସ୍ୱାବଲମ୍ବୀ ପାଲଟିଛନ୍ତି ମାମୁଁ ଭଣଜା । ମାଲକାନଗିରି ଜିଲା ଗୋବିନ୍ଦପାଲ୍ଲି ର ସଫଳ ଗୋ ଚାଷୀ ମାମୁଁଭଣଜାଙ୍କ କାହାଣୀ । ଗୋବିନ୍ଦପାଲ୍ଲି ଗାଁ ର ଶରତ ବର୍ମା ଏବଂ ତାଙ୍କ ଭଣଜା ବିକ୍ରମ ସାହୁ ଏବେ ଗୋ-ପାଳନ କରି ଆତ୍ମନିର୍ଭର ହୋଇପାରିଛନ୍ତି  । କୁହାଯାଏ ଇଚ୍ଛାଶକ୍ତି ଥିଲେ ଉପାୟ ବଳେ ଆସେ । ଗତ ବର୍ଷ ଲକଡାଉନ ସମୟରେ ଗୋପାଳନ କରିବା ଲାଗି ମାମୁଁଙ୍କୁ ପରାମର୍ଶ ଦେଇଥିଲେ ବିକ୍ରମ । ପ୍ରଥମେ ୨ ଗୋଟି ଗାଇରୁ ଚାଷ ଆରମ୍ଭ କରିଥିଲେ । କ୍ଷୀରର ଚାହିଦା ବଢିବାରୁ ପରେ ପରେ ଗାଈ ସଂଖ୍ୟା ମଧ୍ୟ ବଢ଼ିଥିଲା  । ବର୍ତମାନ ୧୭ ଟି ଗାଈରୁ ଦିନକୁ ୧୨୦ ଲିଟର କ୍ଷୀର ଉତ୍ପାଦନ ହୋଇପାରୁଛି ।

ଭଣଜା ଆରମ୍ଭ କଲେ, ମାମୁଁ ସହଯୋଗ ଦେଲେ । ଏବେ ସ୍ୱାବଲମ୍ବୀ ହୋଇପାରିଲେ । ଗୋ ଚାଷ କରି ପରିଚୟ ସୃଷ୍ଟି କଲେ । ଗୋପାଳନ ର ସମ୍ପୂର୍ନ ଦାୟିତ୍ୱ ନେଇଛନ୍ତି ଏମାନେ । ରକ୍ଷଣାବେକ୍ଷଣା ଠାରୁ ଆରମ୍ଭ କରି ଗାଇଙ୍କୁ ଦାନା ଯୋଗାଇ ଦେଉଛନ୍ତି । ୧୭ ଟି କ୍ରସପ୍ରିଟ ଜର୍ସି କିସମର ଗାଇରୁ ୧୨୦ ଲିଟର କ୍ଷୀର ଉତ୍ପାଦିତ ହୋଇପାରୁଛି । ମାସିକ ଗୋ ଦାନା ବାବଦରେ ୭୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ତେବେ କ୍ଷୀର ବିକ୍ରି କରିପାରି ମାସିକ ୧ ଲକ୍ଷ ୨୦ ହଜାର ପର୍ଯନ୍ତ ଆୟ ଆସିଥାଏ । ଏଥିରୁ ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି ଶରତ ଓ ବିକ୍ରମ ।