ନିର୍ବାଚନ ପୂର୍ବରୁ ଦଳ ବଦଳାଉଛନ୍ତି ନେତା । ବିଜେପିରେ ସାମିଲ ହେଲେ ବିଧାୟକ ଅରବିନ୍ଦ ଢାଲି । ଆଜି ବିଜେପିରେ ମିଶିବେ ରାଜେନ୍ଦ୍ର ଦାସ ଓ ପ୍ରେମାନନ୍ଦ ନାୟକ ।

Advertisment
ନିର୍ବାଚନ ପୂର୍ବରୁ ଦଳ ବଦଳାଉଛନ୍ତି ନେତା । ବିଜେପିରେ ସାମିଲ ହେଲେ ବିଧାୟକ ଅରବିନ୍ଦ ଢାଲି । ଆଜି ବିଜେପିରେ ମିଶିବେ ରାଜେନ୍ଦ୍ର ଦାସ ଓ ପ୍ରେମାନନ୍ଦ ନାୟକ ।

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ସେତିକି ବଢ଼ି ବଢ଼ି ଚାଲିଛି । ରବିବାର ଅରବିନ୍ଦ ଢାଲି ବିଜେଡି ଛାଡି ବିଜେପିରେ ଯୋଜ ଦେଇଥିବାବେଳେ ଆଜି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ।

ଧାନନଗର ଉପନିର୍ବାଚନ ସମୟରେ ବିଜେଡି ଟିକେଟ ଦାବିଦାର ଥିଲେ ରାଜୁ ଦାସ । ହେଲେ ତାଙ୍କୁ ଅଣଦେଖା କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏହାକୁ ନେଇ ଅସନ୍ତୁୁଷ୍ଟ ଥିଲେ ରାଜୁ ଦାସ । ତେଣୁ ସେ ଦଳ ଛାଡିଥିବା ଗୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe