ଦୁବାଇ ବୁଲିଗଲେ ନେତା, ବିଧାୟକ ଓ ମନ୍ତ୍ରୀ । ପରିବାର ସହ ବିଦେଶ ଗସ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନ । କହିଲେ ସରକାରୀ ଟଙ୍କାରେ ଚାଲିଛି ପଲିଟିକାଲ ଟୁରିଜିମ୍

2,615

କନକ ବ୍ୟୁରୋ: ଭୁବନେଶ୍ୱରରୁ ସିଧାସଳଖ ଦୁବାଇକୁ ଉଡିଲା ବିମାନ । ପ୍ରଥମ ବିମାନରେ ୧୭୦ ଜଣ ଦୁବାଇ ଯାଇଛନ୍ତି । ଏମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ବିଧାୟକ ଓ ନେତା ଦୁବାଇ ଗସ୍ତ କରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଶ୍ରୀମୟୀ ମିଶ୍ର ପ୍ରମୁଖ ଦୁବାଇ ଯାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ପରିବାର ଲୋକଙ୍କୁ ପ୍ରଥମ ଫ୍ଲାଇଟ୍ରେ ଦୁବାଇ ନେଇଛନ୍ତି । ଏହି ନେତା ଓ ଅଫିସରମାନେ ଆଜି ଓ ଆସନ୍ତାକାଲି ଦୁବାଇରେ ହେବାକୁ ଥିବା ଓଡ଼ିଶା ଉତ୍ସବରେ ଯୋଗଦେବେ । ଓଡ଼ିଶା ଉତ୍ସବ ପାଇଁ ଦୁବାଇରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୁବାଇରେ ଓଡିଆ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି । ଓଡ଼ିଶାରୁ ଯାଇଥିବା କଳାକାରମାନେ ମଧ୍ୟ ଏହି ଉତ୍ସବରେ ନିଜର କଳା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ନେତା ଓ ଅଫିସର ତାଙ୍କ ପରିବାର ସହ ଦୁବାଇ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ନେତା ଓ ଅଫିସରଙ୍କୁ ପରିବାର ସହ ଯିବାର ଏପରି ସୁଯୋଗ କାହିଁକି ବୋଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଦୁଇବାରେ ପଲିଟିକାଲ ଟୁରିଜିମ୍ ଚାଲିଛି ବୋଲି କହିଛନ୍ତି ବିରୋଧୀ ।