କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି: ଅନଲାଇନ୍ ଆବେଦନ କରିବେ ଆଶାୟୀ

175

କନକ ବ୍ୟୁରୋ: ନିର୍ବାଚନ ଆଗରୁ କଂଗ୍ରେସ ଟିକେଟ୍କୁ ନେଇ କସରତ । ଆଗୁଆ ଟିକେଟ୍ ବାଂଟିବା ପାଇଁ କଂଗ୍ରେସ ପ୍ରକ୍ରିୟା ଆରମ୍ଭ କରିଛି । କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ଆସନ୍ତା ନିର୍ବାଚନରେ କଂଗ୍ରେସ ଟିକେଟ୍ରୁ ଲଢିବା ପାଇଁ ଆଶାୟୀମାନେ ଅନଲାଇନ୍ ଆବେଦନ କରିପାରିବେ । ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ଏହି ନିଷ୍ପତି ନେଇଛି । ଖୁବଶୀଘ୍ର ଟିକେଟ୍ ଆବେଦନ କରିବାର ଫର୍ମାଟକୁ ସାର୍ବଜନୀନ କରାଯିବ । ଗୋଟିଏ ଆସନରେ ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ୍ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ । ଆଗୁଆ ଟିକେଟ୍ ବାଂଟିବା ପାଇଁ ଆଜି ରାଜ୍ୟ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା ।