ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ନେତାଙ୍କୁ ଦାୟିତ୍ୱ: ପଢନ୍ତୁ, କିଏ ପାଇଲେ କେଉଁ ଦାୟିତ୍ୱ

521

କନକ ବ୍ୟୁରୋ: ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ନେତାଙ୍କୁ ଦାୟିତ୍ୱ । ପ୍ରଦୀପ ମାଝୀ, ପ୍ରଫୁଲ୍ଲ ମାଝୀ ଓ ମହେଶ ସାହୁଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାକୁ ଏବେଠୁ ପ୍ରସ୍ତୁତ ହେଉଥିବା କୁହାଯାଉଛି ।

ସେହିପରି ଅରିନ୍ଦମ ରଏ, ଧନୁର୍ଯ୍ୟୟ ସିଦୁ, ଚନ୍ଦ୍ର ଶେଖର ମାଝୀ ଓ କୈଳାସ କୁଲେସିକାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି । ଏହାସହ ବିଶ୍ୱ ରଞ୍ଜନ ମଲ୍ଲିକ, ରମେଶ ଚନ୍ଦ୍ର ପରିଡା, ପ୍ରଦୀପ ସାହୁ, ଦିଲ୍ଲୀପ କୁମାର ସାହୁ, ସୁନୀଲ କୁମାର ଦାସ, ମହେଶ ହେମ୍ବ୍ରମ ଓ ପ୍ରିୟବ୍ରତ ସାମନ୍ତରାୟଙ୍କୁ ସମ୍ପାଦକ ଦାୟିତ୍ୱ ମିଳିଛି ।