ପ୍ରଚାର ମୈଦାନରେ ସାମ୍ନାସାମ୍ନି ନେତା । ପରସ୍ପରକୁ ଆଲିଙ୍ଗନ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡି ପ୍ରାର୍ଥୀ ରମେଶ ଚାଉପଟ୍ଟନାୟକ ।

372

କନକ ବ୍ୟୁରୋ: ପ୍ରଚାର ମୈଦାନରେ ସାମ୍ନାସାମ୍ନି ଦୁଇ ଦଳର ପ୍ରତିଦ୍ୱନ୍ଦ୍ୱୀ । ଗୋଟିଏ ଜାଗାରେ ଏକାଠି ନଜର ଆସିଲେ ଦୁଇ ବିରୋଧୀ ଦଳର ନେତା । ଆଉ ମୁହାଁମୁହିଁ ହେବା ପରେ ପରସ୍ପର ସହ ହାତ ମିଳାଇ, ଆଲିଙ୍ଗନ କରି ଜଣାଇଲେ ଶୁଭେଚ୍ଛା । ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରରେ ।

ପ୍ରଚାର ବେଳେ ସାମ୍ନାସାମ୍ନି ହୋଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚାଉପଟ୍ଟନାୟକ । ପ୍ରଚାର ବେଳେ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ନେତାଙ୍କ ପ୍ରଚାର ବି ଜୋରଦାର ହେବାରେ ଲାଗିଛି । ଭୋଟରଙ୍କୁ ମତାଇବା ପାଇଁ ଲାଗି ପଡିଛନ୍ତି ସବୁ ରାଜନୈତିକ ଦଳ । ଆଉ ଏହି ପ୍ରଚାର ଭିତରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ନେତା ଯେତେବେଳେ ସାମ୍ନାସାମ୍ନି ହୁଅନ୍ତି ସେତେବେଳେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳେ ।