ପଂଚାୟତ ନିର୍ବାଚନ : ପ୍ରଚାର ସରିଲେ ଗାଁ ଛାଡ଼ିବେ ନେତା; ୧୪ ତାରିଖ ସଂଧ୍ୟା ୭ଟା ସୁଦ୍ଧା ଗାଁ ଛାଡ଼ିବାକୁ ନିର୍ଦ୍ଦେଶ

Advertisment
ପଂଚାୟତ ନିର୍ବାଚନ : ପ୍ରଚାର ସରିଲେ ଗାଁ ଛାଡ଼ିବେ ନେତା; ୧୪ ତାରିଖ ସଂଧ୍ୟା ୭ଟା ସୁଦ୍ଧା ଗାଁ ଛାଡ଼ିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ ବୈଠକ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢୀ । ଉଭୟ ପୌର ଓ ପଂଚାୟତ ନିର୍ବାଚନ ସଂପର୍କରେ ଆଲୋଚନା ହୋଇଛି । ପଂଚାୟତ ନିର୍ବାଚନ ପାଇଁ ନୂଆ ସର୍କୁଲାର ଜାରି ହୋଇଛି । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଂଚଳରେ କୌଣସି ନେତା କି ଅନ୍ୟ ଅଂଚଳର ଲୋକ ରହିପାରିବେ ନାହିଁ ।

୧୪ ତାରିଖ ସଂଧ୍ୟା ସୁଦ୍ଧା ୭ଟା ସୁଦ୍ଧା ବାହାର ଲୋକ ଓ ନେତା ଗାଁ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି, ନିର୍ବାଚନର ୩୬ ଘଂଟା ପୂର୍ବରୁ ଲାଉଡ ସ୍ପିକର ବନ୍ଦ ରହିବ । ପ୍ରଥମ ପର୍ଯ୍ୟାୟରେ ୭୧ଟି ବ୍ଲକର ୨ଶହ ଜିଲ୍ଲା ପରିଷଦ, ୧ ହଜାର ୬୬୯ ଜଣ ପଂଚାୟତ ଓ ୨୨ ହଜାର ୩୭୯ ୱାର୍ଡ ମେମ୍ବର ପାଇଁ ମତଦାନ ହେବ । ୬୭ ଲକ୍ଷ ୫୧ ହଜାର ଭୋଟର ମତ ସାବ୍ୟସ୍ତ କରିବେ । ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଂଚିବେ । ସିସିଟିବିରେ ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖାଯିବ । କେତେକ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି, ସେହି ସବୁ ବୁଥରେ ଅଧିକ ପୁଲିସ ମୁତୟନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe