କନକ ବ୍ୟୁରୋ : ନିଯୁକ୍ତି ସଂସ୍ଥାରୁ ମିଳିଥିବା ସୂଚନା ଅନୁଯାଇ ପ୍ରାୟ ୧୦୦,୦୦୦ କର୍ମଚାରୀଙ୍କୁ ପଦରୁ ଛଟେଇ କରାଯାଇଛି । ଯାହା ସର୍ବସାଧାରଣଙ୍କ ରିପୋର୍ଟ ଠାରୁ ବହୁତ ଅଧୀକ । ସାଧାରଣରେ ଦିଆଯାଇଥିବା ସୂଚନା ଓ ଟପ ହାୟରସ୍ ସୂଚନା ଭିତରେ ଏତେ ଫରକର କାରଣ ହେଲା ବାଧ୍ୟତାମୂଳକ ଛଟେଇ । ୧ ସେପ୍ଟେମ୍ବର ୨୦୨୧ ପରଠାରୁ ଭାରତରେ ପ୍ରାୟ ୨୭,୮୫୦ କର୍ମଚାରୀଙ୍କୁ ଛୁଟିରେ ପଠାଯାଇଛି । ଦରକାର ପଡିଲେ ମଧ୍ୟ ଅଣଆନୁଷ୍ଟାନିକ ଭାବରେ ଲୋକ ମାନଙ୍କୁ ଚାକିରିରୁ ବିଦା ଦିଆଯାଇଛି । ଏହିସବୁ ଛଟେଇ ମୁଖ୍ୟତ ଆଇଟି, ଏଜୁକେସନ କମ୍ପାନୀମାନଙ୍କରେ ଦେଖିବାକୁ ମିଳିଛି ।

Advertisment

ଦୁଇ ବର୍ଷ ମଧ୍ୟରେ ଭାରତରେ ହୋଇଥିବା ମୋଟ ଛଟେଇ ମଧ୍ୟରୁ ଶିକ୍ଷା କିମ୍ବା ଏଡଟେକ୍ କ୍ଷେତ୍ରରେ ଅଧିକାଂଶ ଚାକିରୀ ହଜିଯାଇଛି । ଯେମିତି ବାଇଜୁସ୍, ଅନଏକାଡେମୀ, ଅପଗ୍ରେଡ୍, ବେଦାନ୍ତୁ ଭଳି କମ୍ପାନୀରେ ସବୁଠାରୁ ଛଟେଇ ସଂଖ୍ୟା ଅଧୀକ ରହିଛି । ଏଯୁକେସନ୍ କମ୍ପାନୀ ବାଇଜୁସ୍ ସର୍ବାଧୀକ ସଂଖ୍ୟାର ଲୋକଙ୍କୁ ଛଟେଇ କରିଛି । ଏହି ସଂସ୍ଥା ପ୍ରାୟ ୫ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଛି । ଶିକ୍ଷା ସଂସ୍ଥା ପରେ ସବୁଠାରୁ ଅଧିକ ଲୋକଙ୍କୁ ଛଟେଇ କରୁଥିବା କ୍ଷେତ୍ର ମାନଙ୍କ ଭିତରେ ଆସୁଛି ଇ-କମର୍ସ କମ୍ପାନୀ ଗୁଡିକ । ୩,୪୦୦ ରୁ ଅଧୀକ କର୍ମଚାରୀ ମିନ୍ତ୍ରା, ମିଶୋ, ମାମାଆର୍ଥ, ଫ୍ଲିପକାର୍ଟ, ଉଦାନ, ଦୁକାନ ପରି କମର୍ସିଆଲ ସଂସ୍ଥାରୁ ବେରୋଜଗାର ହୋଇଛନ୍ତି ।

କମ୍ ସମୟରେ ଆଣି ଖାଦ୍ୟ ଯୋଗାଉଥିବା ଆପ୍ ସ୍ୱିଗି, ଜୋମାଟ, ରିଲାଏନ୍ସ ଜିଓ ମାର୍ଟ ଭଳି ଫୁଡ ଡେଲିଭରି ସଂସ୍ଥା ମଧ୍ୟ ୩ ରୁ ୪ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଛି । ଏଥିରେ ଅନେକ କମ୍ପାନୀ ଗୁଡିକ ସାମିଲ ଅଛନ୍ତି ଯେମିତି ଗୋମେକାନିକ୍, ମୋଜୋକେର୍ ଓ ଟ୍ରେଲ ଭଳି ବହୁତ କମ୍ପାନୀ ଏଥିରେ ସାମିଲ ଅଛନ୍ତି ।

କିନ୍ତୁ ଚାକିରୀରୁ ଛଟେଇ ହେବାର ମୁଖ୍ୟ କାରଣ ହେଉଛି ବ୍ୟୟ ଅଟକଳ ଅଧିକ ହେବାରୁ କର୍ପୋରେଟ୍ ଶାସନ ବ୍ୟବସ୍ଥାର ଅଭାବ ଏବଂ କମ୍ପାନୀ ଗୁଡିକର କ୍ଷତି ହେବାରୁ ଅନେକ ଲୋକ ଚାକିରୀ ହରାଉଛନ୍ତି । କମ୍ପାନୀମାନେ ନିବେଶ କରିଥିବା ପୁଞ୍ଜିରୁ ମିଳୁଥିବା ଲାଭକୁ ଠିକ କରିବା ପାଇଁ ଏବଂ ଖର୍ଚ୍ଚ କମ କରିବା ପାଇଁ କମ୍ପାନୀ ମାନେ ଅନେକ ସେମାନଙ୍କ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ସବୁ କାରଣ ପାଇଁ ଭାରତରେ ବହୁତ ଲୋକ ଚାକିରି ହରାଇସାରିଲେଣି । ଚାକିରୀ ହରାଇବା ପରେ କେବଳ କର୍ମଚାରୀମାନେ ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉ ନାହାଁନ୍ତି ବରଂ ସେମାନଙ୍କ ପରିବାର ଲୋକମଧ୍ୟ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏହିପରି ପଦକ୍ଷେପ ଭାରତ ଯୁବପିଢିଙ୍କ ପାଇଁ ବିବଦ ସୃଷ୍ଟି କରୁଛି । ରୋଜଗାର କ୍ଷେତ୍ରରେ ଏଭଳି ଆର୍ଥିକ ମାନ୍ଦାବସ୍ଥା ଆସନ୍ତାକାଲିର ଯୁବପିଢୀଙ୍କୁ ମଧ୍ୟ ଅସୁବିଧାରେ ପକାଇବ ।