ପ୍ରଥମ ଏମଓୟୁର ୫ବର୍ଷ ପରେ ହେବ ତାଳଚେର ସାର କାରଖାନାର ଶିଳାନ୍ୟାସ! ଜାଣନ୍ତୁ ୧୧ ହଜାର ୫୦୦ କୋଟି ଟଙ୍କା ପ୍ରକଳ୍ପରେ କେତେ ଜଣ ପାଇବେ ନିଯୁକ୍ତି

Advertisment
ପ୍ରଥମ ଏମଓୟୁର ୫ବର୍ଷ ପରେ ହେବ ତାଳଚେର ସାର କାରଖାନାର ଶିଳାନ୍ୟାସ! ଜାଣନ୍ତୁ ୧୧ ହଜାର ୫୦୦ କୋଟି ଟଙ୍କା ପ୍ରକଳ୍ପରେ କେତେ ଜଣ ପାଇବେ ନିଯୁକ୍ତି

କନକ ବ୍ୟୁରୋ : ନିର୍ବାଚନ ଆସିଲେ ମନେ ପଡେ କି ଲୋକଙ୍କ କଥା? ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଏମଓୟୁର କଥା? ଏହି ପ୍ରଶ୍ନ ଏଇଥି ପାଇଁ ଉଠୁଛି କାରଣ, ସରକାର ପରେ ସରକାର ବଦଳିଛି, ଏମଓୟୁ ପରେ ଏମଓୟୁ ହୋଇଛି । ହେଲେ ବାସ୍ତବ ରୂପ ନେଇ ପାରିନି ତାଳଚେର ସାର କାରଖାନା । ଆଉ ଏହାରି ଭିତରେ ଆସନ୍ତାକାଲି ତାଳଚେର ସାର କାରଖାନାର ଶିଳାନ୍ୟାସ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁ ସାର କାରଖାନାକୁ ନେଇ ବର୍ଷ ବର୍ଷ ଧରି ଚାହିଁ ରହିଥିଲେ ସ୍ଥାନୀୟ ବାସିନ୍ଦା ।

publive-imageସେପ୍ଟେମ୍ବର ୦୫, ୨୦୧୩ରେ ନୂଆଦିଲ୍ଲୀରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଭାରତୀୟ ସାର ନିଗମ ବା ଏଫସିଆଇ ସିଆଇଏଲ୍, ଗେଲ୍ ଓ ଆରସିଏଫ୍ ଭଳି ଅନ୍ୟ ତିନିଟି ସରକାରୀ ନିଗମ ସହ ଏମଓୟୁ ହେଲା । ଉପସ୍ଥିତ ଥିଲେ ତକ୍ରାଳୀନ କେନ୍ଦ୍ର ସାର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପେଟ୍ରୋଲିୟମ୍ ମନ୍ତ୍ରୀ ବୀରାପ୍ପା ମୋଇଲି, କୋଲଇା ମନ୍ତ୍ରୀ ପ୍ରକାଶ ଜୟଶ୍ୱାଲ । ୮ ହଜାର କୋଟି ଟଙ୍କାର ପୁଂଜି ନିବେଶରେ ସାର କାରଖାନାର ପୁନରୁଦ୍ଧାର ହେବ କୁହାଗଲା । ୨୦୧୭ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଥିଲା । ହେଲେ ଫଳ କିଛି ବି ହେଲାନି ।

publive-imageଡିସେମ୍ବର ୨୪, ୨୦୧୪ । ସେହି ସମାନ ସ୍ଥାନ ନୂଆଦିଲ୍ଲୀରେ ପୁଣି ଥରେ ସାର କାରଖାନାର ପୁନରୁଦ୍ଧାର ପାଇଁ ପ୍ରାୟ ବର୍ଷେ ପରେ ସେହି ୪ଟି ସରକାରୀ ନିଗମ ଭିତରେ ଏମଓୟୁ ସ୍ୱାକ୍ଷର ହେଲା । ଉପସ୍ଥିତ ଥିଲେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାର ମନ୍ତ୍ରୀ ଅନନ୍ତ କୁମାର, ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଓ କୋଇଲା ମନ୍ତ୍ରୀ ପିୟୁଷ ଗୋଏଲ । କୁହାଗଲା ସାର କାରଖାନା ଓ ଆମୋନିୟମ୍ ନାଇଟ୍ରେଟ୍ କମ୍ପେ୍ଲକ୍ସ ପାଇଁ କୋଲ୍ ବ୍ଲକ୍ ଯୋଗାଇ ଦେବ କୋଇଲା ମନ୍ତ୍ରଣାଳୟ । ୨୦୧୫-୧୬ରେ କାମ ଆରମ୍ଭ ହେବ ଓ ୨୦୧୯ରେ କାମ ସରିବ ।

ଏହାରି ଭିତରେ ପ୍ରଥମ ଏମଓୟୁର ପାଂଚ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ ପାଇଁ ଶନିବାର ଶିଳାନ୍ୟାସ ପାଇଁ ଓଡ଼ିଶା ଆସୁଛନ୍ତି । ହେଲେ ଏହି ପ୍ଲାଂଟର ବ୍ୟୟ ଅଟକଳ ଏବେ ପହଂଚିଗଲାଣି ୧୧ ହଜାର ୫୦୦ କୋଟି । କୁହାଯାଉଛି- ତାଳଚେର ସାର କାରଖାନାରେ ଉତ୍ପାଦନ ଆରମ୍ଭ ହେଲେ ଏଥିରେ ୫୫୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ପରୋକ୍ଷ ଭାବେ ୪ ହଜାର ଲୋକ କର୍ମନିଯୁକ୍ତି ପାଇବେ । ଆଉ ବର୍ଷକୁ ୧.୨ ନିୟୁତ ଟନ୍ ସାର ଉତ୍ପାଦନ ହେବ । ତେବେ ଦେଖିବାର କଥା ରାଜନୀତିର ପଶାପାଲିରେ ସବୁବେଳେ ଛନ୍ଦି ହୋଇ ରହୁଥିବା ତାଳଚେର ସାରକାରଖାନାର ଭାଗ୍ୟ ଆଗକୁ କ’ଣ ହେଉଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe