ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ପଡିଲା ଭିତ୍ତିପସ୍ତର । ମେଡିକାଲ ଓ ଇଞ୍ଜିିନିୟରିଂ ପ୍ରବେଶିକାରେ ସଫଳ ହେବେ ଅଧିକ ଓଡ଼ିଆ ପିଲା ।

349

କନକ ବ୍ୟୁରୋ : କିପରି ଅଧିକ ଓଡିଆ ପିଲା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ଏନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏଥିପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର କରାଯିବ । ଆଜି ଏହାର ଭିତ୍ତିପସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ୨୫ ଏକର ଜମିରେ ତିଆରି କରାଯିବ ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର ।

ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ହେବାକୁ ଯାଉଛି ଓଡିଶା ଆଦର୍ଶ ଉତ୍କର୍ଷ ବିଦ୍ୟାଳୟ । ୨୫ ଏକର ଜମି ଉପରେ ନିର୍ମିତ ହେବାକୁ ଥିବା ଏହି ଆବାସିକ ବିଦ୍ୟାଳୟ ଓଡିଶାରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ସୁଯୋଗ ହେବ ବୋଲି କୁହାଯାଉଛି । ୧୮ ମାସର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ଆଦର୍ଶ ଉତ୍କର୍ଷ ବିଦ୍ୟାଳୟରେ ଏକ ହଜାର ଛାତ୍ରଛାତ୍ରୀ ପାଠ ପଢିବେ । ଓଡିଶାର ସମସ୍ତ ଆଦର୍ଶ ବିଦ୍ୟାଳୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ବଛାଯାଇ ଯୁକ୍ତ ଦୁଇ ବିଜ୍ଞାନରେ ଆଡମିସନ ଦିଆଯିବ ।

ଦେଖନ୍ତୁ ଓଡିଶା ଆଦର୍ଶ ଉତ୍କର୍ଷ ବିଦ୍ୟାଳୟର କଣ ରହିବ ବିଶେଷତ୍ୱ
• ଏଠାରେ ପାଠପଢା ସହ ମେଡିକାଲ ଓ ଇଂଜିନିୟରିଂ ପାଇଁ କୋଚିଂ ଦିଆଯିବ
• ବିଶ୍ୱସ୍ତରୀୟ ବିଜ୍ଞାନଗାର, ଉନ୍ନତମାନର କମ୍ପ୍ୟୁଟର ଲାବରୋଟାରୀ ସୁବିଧା ରହିବ
• ୧୩ ଏକରର ବିଦ୍ୟାଳୟ କ୍ୟାମ୍ପସ
• ୧୨ ଏକରର ଖେଳ ପଡିଆ
• ୨୫ ଏକର ଜମିରେ ହେବ ବିଦ୍ୟାଳୟ
• ୧୦୦୦ କ୍ଷମତା ବିଶିଷ୍ଟ ଆବାସିକ ବିଦ୍ୟାଳୟ
• ଦୁଇଟି ଛାତ୍ରୀନିବାସ ଏବଂ ଦୁଇଟି ଛାତ୍ରନିବାସ
• ୨୬ଟି ଶ୍ରେଣୀଗୃହ ସହିତ ୮ଟି ବିଜ୍ଞାନଗାର
• ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ ଏବଂ ୮ଟି ଅତିଥି ଗୃହ
ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯିବା ସହ ସର୍ବଭାରତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ସୁବିଧା ଦିଆଯିବ ।