ଲକ୍ଷ୍ମୀସାଗରରେ ଚାଂଚଲ୍ୟ। ବୟସ୍କ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କଲା ଦୁର୍ବୃତ୍ତ

515

କନକ ବ୍ୟୁରୋ : ଏୟାରଫିଲ୍ଡ, ଖଣ୍ଡଗିରି ପରେ ପୁଣି ରକ୍ତ ରଞ୍ଜିତ ହେଲା ଲକ୍ଷ୍ମୀସାଗର । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ୬ ନମ୍ବର ପ୍ଲାଟଫର୍ମ ସାମ୍ନା ସୁକାନ୍ତି ଦର୍ମିତରୀରେ ଘଟିଛି ମୁର୍ମୁଷ ହତ୍ୟାକାଣ୍ଡ । ଗଳାକାଟି ଜଣେ ବୟସ୍କ ବ୍ୟକ୍ତଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଦୁବୃର୍ତ । ମୃତକ ଜଣଙ୍କ ଡି. ରାଓ ଓ ତାଙ୍କ ଘର ଜଟଣୀ ଅଂଚଳରେ ବୋଲି ଜଣାପଡିଛି । ସେ ପୂର୍ବରୁ ରେଳାବାଇରେ ଚାକିରି କରୁଥିଲେ । ଏବଂ ଅବସର ପରେ ପୁଣି ଠିକାରେ କାମ କରୁଥିଲେ । ତେବେ ତାଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ଫେରାର ହୋଇଯାଇଛି ।

ଘଟଣା ସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ୍, ସାଇଂଟିଫିକ୍ ଟିମ୍ ଓ ଡଗ ସ୍କାର୍ଡ ପହଁଚି ତଦନ୍ତ କରିଛନ୍ତି । କେଆରଟେକରଙ୍କ ସୂଚନା ଅନୁଯାୟୀ ଦୁଇଜଣ ଲୋକ ବାପପୁଅର ପରଚୟ ଦେଇ ଫ୍ରେଶ ହେବା ପାଇଁ ଦର୍ମିତରୀକୁ ଆସିଥିଲେ । କିଛି ସମୟ ପରେ ସାବୁନ ଆଣିବା ନାରେ ଯୁବକ ଜଣଙ୍କ ପଳେଇ ଥିଲେ । କିଛି ସମୟ ପରେ କେଆରଟେକରଙ୍କୁ ସନ୍ଦେହ ହେବାରୁ ସେ ରୁମକୁ ଯାଇ ଦେଖିଥିଲେ । ସେଠାରେ ବୃଦ୍ଧ ଜଣଙ୍କୁ ଗଳା କଟା ଯାଇ ପଡିଥିବା ଅବସ୍ଥାରେ ଦେଖିଥିଲେ । ତାପରେ କେଆରଟେକର ସଙ୍ଗେ ସଙ୍ଗେ ପୋଲିସ ଓ ଆମ୍ବୁଲାନ୍ସକୁ ଫୋନ ଯୋଗେ ସୂଚନା ଦେଇଥିଲେ ।