କନକ ବ୍ୟୁରୋ : ଲକ୍ଷ୍ମୀପୁର ହିଂସାରେ ପ୍ରାଣ ହରାଇଥିବା କୃଷକ ପରିବାର ପାଇଁ ଯୋଗୀ ସରକାର ସହାୟତା ଘୋଷଣା କରିଛନ୍ତି । ସରକାର କହିଛନ୍ତି କି ଏହି ହିଂସାରେ ମୃତ୍ୟୁବରଣ କରିଥିବା ପ୍ରତି କୃଷକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବା ସହ ସେମାନଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯିବ ।
ଲକ୍ଷ୍ମୀପୁର ଖେରି ଠାରେ ହୋଇଥିବା ହିଂସାକୁ ନେଇ ଏବେ ପୁରା ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି ବିରୋଧୀଦଳ ନେତାମାନେ ସେଠାରେ ପହଂଚି କୃଷକଙ୍କ ପରିବାରକୁ ସମବେଦନା ଜଣାଇବାକୁ ଚାହୁଁଥିବା ବେଳେ ପୋଲିସ ସେମାନଙ୍କୁ ସେଠାକୁ ଯିବାକୁ ଦେଉନାହିଁ । ଏହି କ୍ରମରେ ପ୍ରଥମେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ପୋଲିସ ଗିରଫ କରିଛି । ଏହସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀପୁର ଯିବାକୁ ଜାହାଜରେ ଆସିଥିବା ବେଳେ ତାଙ୍କୁ ଲ୍ୟାଣ୍ଡିକରିବାକୁ ୟୁପି ସରକାର ଅନୁମତି ଦେଇ ନଥିଲେ ।
Govt will give Rs 45 lakhs & a govt job to the families of 4 farmers who died in Lakhimpur Kheri yesterday. The injured will be given Rs 10 lakhs. FIR will be registered based on farmers' complaint. Retired high court judge will probe the matter: ADG (Law & Order) Prashant Kumar pic.twitter.com/Yoc8pcU0sP
— ANI UP (@ANINewsUP) October 4, 2021
ଏନେଇ କୃଷକ ସଂଗଠନ ଓ ୟୁପି ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି । ଏହି ବୁଝାମଣା ମୁତାବକ ସରକାର ପ୍ରତି ମୃତ କୃଷକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିବା ବେଳେ ଆହତ ମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହିଛନ୍ତି । ଅନ୍ୟପଟେ ମୃତ କୃଷକଙ୍କ ପରିବାରରୁ ଜଣକୁ ଚାକିରୀ ଦେବାକୁ ସରକାର ଘୋଷଣା କରିଥିବା ବେଳେ ଏହି ଘଟଣାର ନ୍ୟାୟିକ ଯାଂଚ କରାଯିବ ବୋଲି କୃଷକ ସଂଗଠନମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯୋଗୀ ସରକାର ।