କନକ ବ୍ୟୁରୋ : ପଂଚାୟତ ନିର୍ବାଚନ କେବେ ହାରିନଥିବା ପାର୍ଥୀ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଲକ୍ଷ୍ମୀଧର ସାହୁ । ୯ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଲକ୍ଷ୍ମୀଧର । ସେ ୧୯୯୨ ମସିହାରୁ ନିର୍ବାଚନରେ ପ୍ରାର୍ଥୀ ହୋଇ ଛିଡ଼ା ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ସେ କେବେ ନିର୍ବାଚନରେ ହାରି ନାହାନ୍ତି । ୨ଥର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଚଳିତ ଥର ତ୍ରିସ୍ତରୀୟ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ପଦ ପାଇଁ ଲଢ଼ୁଛନ୍ତି ଲକ୍ଷ୍ମୀଧର ।