କନକ ବ୍ୟୁରୋ : ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରି ପଚରାଉଚରା କରୁଥିବାବେଳେ ଏପଟେ ସାମ୍ବାଦିକ ସମୀଳନୀ କରି ପ୍ରତିକ୍ରିୟା ରଖଛନ୍ତି ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳ । ସେ ସିବିଆଇକୁ ଚ୍ୟାଲେଞ୍ଜ କରିଛନ୍ତି । ଏପରିକି କ୍ୟାମେରା ଆଗରେ କାନ୍ଦି ପକାଇଛନ୍ତି ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ । କହିଛନ୍ତି ୨୫ ଲକ୍ଷରୁ ହୋଇନି ଅଧିକ ଟଙ୍କାର କାରବାର । ଜମି କାରବାରରେ ପ୍ରଭାତ ବିଶ୍ୱାଳଙ୍କ ସଂପୃକ୍ତି ନାହିଁ। ଅକାରଣରେ ଅସୁସ୍ଥ ପ୍ରଭାତଙ୍କୁ ସିବିଆଇ ଗିରଫ କରି ଅନ୍ୟାୟ କରିଛି। ତାଙ୍କର ଯଦି କିଛି ହୁଏ, ଧର୍ମ ସହିବନି। ମୁଁ କିମ୍ବା ବିଧାୟକ କୌଣସି ଅନୁଗ୍ରହ ଦେଖାଇ ନାହୁଁ। ଦଳ ସମର୍ଥନ ଜଣାଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲକ୍ଷ୍ମୀବିଳାସିନୀ।
କ୍ୟାମେରା ଆଗରେ କାନ୍ଦିଲେ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ! କହିଲେ, ସ୍ୱାମୀଙ୍କୁ ଯଦି କିଛି ହୁଏ ଧର୍ମ ସହିବନି
Advertisment
Follow Us