ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଗଜଲକ୍ଷ୍ମୀ ପୂଜା

Advertisment
ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଗଜଲକ୍ଷ୍ମୀ ପୂଜା

କନକ ବ୍ୟୁରୋ: କୁମାର ପୂର୍ଣ୍ଣିମା ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ଅନ୍ୟ ପୂଜା ଭଳି ରୈାପ୍ୟ ନଗରୀ କଟକରେ ବି ଧନଦାତ୍ରୀ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି । ସୁଉଚ୍ଚ ତୋରଣ ସାଂଗକୁ ସସୁଜ୍ଜିତ ଆଲୋକମାଳାରେ ଝଲସି ଉଠୁଛି ବିଭିନ୍ନ ପୂଜା ମଣ୍ଡପ । ସତେ ଯେପରି ମା’ଙ୍କ ପୂଜା ପାଇଁ ବେଶ ଚଳଚଂଚଳ ହୋଇଉଠିଛି କଟକ ସଦର ଅଂଚଳ ।

publive-imageକଟକ ସଦର ସଇଁନ୍ଦା ନଚ୍ଛିପୁର ଅଂଚଳରେ ବିଭିନ୍ନ ସାହିରେ ପ୍ରାୟ ୧୧ଟି ମଣ୍ଡପରେ ଗଜଲକ୍ଷ୍ମୀ ପୂଜା କରାଯାଉଛି । ମାଙ୍କ ପୁଜାର୍ଚ୍ଚନା ସାଂଗକୁ ପ୍ରତିଦିନ ସଂଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ । ୨୦ ବର୍ଷ ଧରି ଏହି ଅଂଚଳରେ ଲକ୍ଷ୍ମୀପୂଜା କରାଯାଉଛି । ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟବକ ବନ୍ଦୋବସ୍ତ କରାଯାଇଛି ।

publive-imageତେବେ ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପାଇଁ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ କଟକ ନଚ୍ଛିପୁର ସଇଁନ୍ଦା ଅଂଚଳରେ ଏହି ଲକ୍ଷ୍ମୀପୂଜା ଦେଖିବା ପରେ ଯେ କେହି ନିହାତି ଥରେ କହିବ ଏଠାକାର ପୂଜା ମାହୋଲ ମଧ୍ୟ ବେଶ୍ ଆକର୍ଷଣୀୟ ଏବଂ ମନୋରଞନଦାୟକ । ସେହିପରି ପୂଜାର ସଫଳ ଆୟୋଜନ ପାଇଁ କେବଳ ଅଂଚଳବାସୀ କାହିଁକି କମିଶନରେଟ ପୋଲିସ ଏବଂ ଅଂଚଳବାସୀଙ୍କ ମିଳିତ ସହେଯାଗ ହିଁ ଏହି ସଫଳ ଆୟୋଜନର ପ୍ରକୃତ କାରଣ ବୋଲି ସ୍ଥାନୀୟ ଲୋକେ ମତ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe