କନକ ବ୍ୟୁରୋ : ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜ ଲକ୍ଷ୍ମୀପୂଜା । ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ଢେଙ୍କାନାଳ ସହର । ଲକ୍ଷ୍ମୀପୂଜା ପାଇଁ ସଜେଇ ହୋଇଛି ପୂରା ସହର । ପ୍ରାୟ ୫ କିଲୋମିଟର ଅଞ୍ଚଳ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି । ବିଭିନ୍ନ ପ୍ରକାର ଲାଟ ସାଙ୍ଗକୁ ତୋରଣ ମଧ୍ୟ ଆକର୍ଷଣୀୟ ହୋଇଛି । ଗ୍ରହଣ ଯୋଗୁଁ ପୂଜା ନୀତିକାନ୍ତିରେ ପରିବର୍ତନ ହୋଇଛି ସତ, କିନ୍ତୁ ସହରବାସୀଙ୍କ ମନରେ ଉତ୍ସାହ ପୂର୍ବଭଳି ରହିଛି । ପ୍ରତିବର୍ଷ କୁମାର ପୂର୍ଣ୍ଣିମା ରାତିରେ ପୂଜା ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଗ୍ରହଣ ଯୋଗୁଁ ଗତକାଲି ସକାଳେ ସମସ୍ତ ପୂଜାମଣ୍ଡପରେ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚନା ଆରମ୍ଭ ହୋଇଥିଲା । ଆଉ ଅପରାହ୍ଣରେ ପହୁଡ଼ ପଡିଥିଲା । ଆଜି ଭୋରରୁ ମହାସ୍ନାନ ପରେ ନୀତିକାନ୍ତି ଯଥାରୀତି ଆରମ୍ଭ ହୋଇଛି ।
ଭଦ୍ରକ ତିହିଡି ସିନ୍ଦୋଳରେ ଶହେ ବର୍ଷର ପାଦ ଥାପିଛି ଲକ୍ଷ୍ମୀ ନାରାୟଣ ପୂଜା । ପରମ୍ପରା ଅନୁସାରେ ପାଳି ହୋଇଆସୁଛି ଲକ୍ଷ୍ମୀ ନାରାୟଣ ପୂଜା । କୁମାର ପୂର୍ଣ୍ଣିମା ଠାରୁ ୭ ଦିନ ଧରି ଏଠାରେ ପୂଜା ଅନୁଷ୍ଠିତ ହୋଇଥାଏ । ଏଠାରେ ଲକ୍ଷ୍ମୀ ନାରାୟଣଙ୍କ ସହ ପୂଜା ପାଇଥାନ୍ତି ସତସ୍ୱୀତି । ଯାହା ଭାରତବର୍ଷରେ ଅନ୍ୟ କୌଣସି ଠାରେ ଦେଖିାକୁ ମିଳେନାହିଁ । ୧୯୯୨ରେ ଜଣେ ଗାଇ ଚରାଳି ପ୍ରଥମରେ ଏଠାରେ ପୂଜା ଆରମ୍ଭ କରିଥିବା ବେଳେ ପରେ ଗ୍ରାମବାସୀ ମଧ୍ୟ ପୂଜା କରି ଆସୁଛନ୍ତି ।