ଆଜି ବରଗଡ, ବଲାଙ୍ଗୀର, ସମେତ ୫ ଜିଲ୍ଲାରେ ଗଡିବ ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ଉଦଘାଟନ

2,776

କନକ ବ୍ୟୁରୋ: ଆଜି ୫ ଜିଲ୍ଲାରେ ଗଡିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଆରମ୍ଭ ହେବ ସରକାରଙ୍କ ଲକ୍ଷ୍ମୀ ବସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଗତବର୍ଷ ପ୍ରଥମେ ମାଲକାନଗିରି ପରେ କୋରାପୁଟ ଜିଲ୍ଲାରେ ଏହି ବସ ସେବାର ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଏହି ସେବାର ଉଦଘାଟନ ହେଉଛି । ୨୧ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଗାଁରୁ ସହର ଲୋକଙ୍କ ବସ ସେବା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ ।