ଆଜି ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଗଡିବ ୩୬ଟି ବସ

ଆଜି ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଗଡିବ ୩୬ଟି ବସ

କନକ ବ୍ୟୁରୋ : ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଗଡିବ ୩୬ଟି ବସ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହେବ । ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ ।

ଆଗକୁ ଅନ୍ୟଜିଲ୍ଲାରେ ମଧ୍ୟ ଖୁବଶୀଘ୍ର ଲକ୍ଷ୍ମୀ ବସ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ସାମିଲ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ମିଳିବ ।

ଘରେ ଘରେ ଲକ୍ଷ୍ମୀ

ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ
ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରୁ ଏହି ସେବା ଆରମ୍ଭ
ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଯୋଡିବ ବସ
ସଦର ମହକୁମାରୁ ରାଜଧାନୀକୁ ଗଡିବ ଲକ୍ଷ୍ମୀ ବସ
ଶୀତତାପ ନିୟନ୍ତ୍ରିତ ବସରେ ସୁବିଧାରେ ଯାତ୍ରା କରିବେ ଲୋକେ
ବରିଷ୍ଠ ନାଗରିକ ଓ ମହିଳାଙ୍କୁ ମିଳିପାରେ ରିହାତି ସୁବିଧା
ଆପ୍ ମାଧ୍ୟମରେ ବସର ଲୋକେସନ ଜାଣିହେବ
ବସ ଷ୍ଟପରୁ ଟିକେଟ କିଣି ଯାତ୍ରା କରିପାରିବେ ଲୋକେ
ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ବସ୍ ପରିଚାଳନା ହେବା ସମ୍ଭାବନା
ତିନି ଏସ- ସୁରକ୍ଷା, ସୁବିଧା ଓ ସମ୍ମାନ ଉପରେ ସରକାରଙ୍କ ଗୁରୁତ୍ୱ
ଖୁବଶୀଘ୍ର ଅନ୍ୟ ଜିଲ୍ଲାରେ ମିଳିବ ଲକ୍ଷ୍ମୀ ବସ୍ ସେବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe