କନକ ବ୍ୟୁରୋ : ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି ବସ୍ ସେବାର ଉଦଘାଟନ କରିଛନ୍ତି । ଏନେଇ ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନବରଙ୍ଗପୁରରେ ୪୪ଟି ବସ୍ ଯୋଗାଇଦିଆଯାଇଛି । ଏହା ଦ୍ୱାରା ଉପାନ୍ତ ଅଂଚଳରେ ଗମନାଜମନର ଉନ୍ନତି ଆସିପାରିବ । ମିଶନ ଶକ୍ତି ମହିଳା, ଭିନ୍ନକ୍ଷମ, ଗର୍ଭବତୀ, ମହିଳାମାନେ ପଂଚାୟତରୁ ବ୍ଲକ କାର୍ଯ୍ୟାଳୟ ସହଜରେ ଆସିପାରିବେ । ଲକ୍ଷ୍ମୀ ବସ୍ ସେବା ଦ୍ୱାରା ନବରଙ୍ଗପୁର ଜିଲ୍ଲାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଉଷା ପାଢ଼ୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ ।
ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଗଡ଼ିବ ୪୪ ବସ୍
/kanak/media/post_attachments/wp-content/uploads/2023/11/5-41.jpg)