ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ ଚଳାଚଳ ; ମାଲକାନଗିରିର ୬ଟି ରୁଟରେ ଆଉ ଗଡ଼ିବନି ଗାଡ଼ି, ପରମିଟ୍ ବାତିଲ କଲେ ଆରଟିଓ

Advertisment
ବନ୍ଦ ହୋଇଗଲା ଲକ୍ଷ୍ମୀ ଏସି ବସ ଚଳାଚଳ ; ମାଲକାନଗିରିର ୬ଟି ରୁଟରେ ଆଉ ଗଡ଼ିବନି ଗାଡ଼ି, ପରମିଟ୍ ବାତିଲ କଲେ ଆରଟିଓ

କନକ ବ୍ୟୁରୋ: ମାଲକାନଗିରିରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍। ୬ଟି ରୁଟରେ ବସ୍ ଚଳାଚଳ ବାତିଲ। ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ କରିଛନ୍ତି। ସବୁ ବସ୍ ଅପରେଟର ଏହାକୁ ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚାଲୁଥିବା ଏହି ସବୁ ବସ୍ ବାତିଲ ହୋଇଛି। ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା। ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି। ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିଥିଲେ। ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଏବେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଏସି ବସ୍ ଚଳାଚଳ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe