କନକ ବ୍ୟୁରୋ: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଟିକେଟ ଘୋଷଣା । ସୁନ୍ଦରଗଡ ବଣାଇ ନିର୍ବାଚନ ମଣ୍ଡଳୀରେ ପୁରୁଣା ବିଧାୟକ ପ୍ରାର୍ଥୀଙ୍କୁ ରିପିଟ କରିଛି ଦଳ । ଚତୁର୍ଥ ଥର ପାଇଁ ବଣେଇ ବିଧାୟକ ପ୍ରାର୍ଥୀ ହେଇଛନ୍ତି ଲକ୍ଷ୍ମଣ ମୁଣ୍ଡା । ତିନି ତିନି ଥର ବାଜିମାତ କରିଥିବା ସିପିଆଇର ଲକ୍ଷ୍ମଣ ମୁଣ୍ଡା, ବଣେଇରୁ ଏଥର ମଧ୍ୟ ଲଢେଇ କରିବେ । ସେହିପରି ସୁନ୍ଦରଗଡ ଲୋକସଭା ସମେତ ଅନ୍ୟ ୬ଟି ବିଧାନସଭା ଆସନ ପାଇଁ ଦଳ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି । ଏନଏଚ ୨୧୫ ସଂପ୍ରସାରଣ, ଶ୍ରମିକ ମାରଣନୀତି ବିରୋଧରେ ଆନ୍ଦୋଳନ, ଚାଷୀ ସମସ୍ୟା ଓ ବଣେଇର ସର୍ବାଙ୍ଗୀନ ଉନ୍ନତିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ।