ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ। କ୍ରିୟାନୁଷ୍ଠାନ କମିଟି କହିଲା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ନିିଷ୍ପତି। 

ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ। କ୍ରିୟାନୁଷ୍ଠାନ କମିଟି କହିଲା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ନିିଷ୍ପତି। 

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଓକିଲ ସଂଘ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏହି ଆନ୍ଦୋଳନକୁ ସାମୟିକ ଭାବେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବା ନେଇ ନିଷ୍ପତି ନେଇଛି । ସୁପ୍ରିମକୋର୍ଟଙ୍କୁ ସମ୍ମାନ ଜଣାଇ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଦୀପ ବହିଦାର । ତେବେ ଅନ୍ୟାନ୍ୟ ସଂଗଠନ ସହ ଆଲୋଚନା ପରେ ଆନ୍ଦୋଳନର ଦିଗ ପୁଣି ଥରେ ନିର୍ଣ୍ଣୟ ହେବ ବୋଲି ସୂଚନା ଦେଇଛନ୍ତି ।

ସମ୍ବଲପୁରରେ ହାଇକେର୍ଟର ସ୍ଥାୟୀ ବେଞ୍ଚ ଦାବିର ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲେ ପଶ୍ଚିମ ଓଡ଼ିଶାର ଆଇନଜୀବୀ । କିନ୍ତୁ ଗତକାଲି ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରତିକର ପରିସ୍ଥିତି ଯୋଗୁଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ଏମିତି କି ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଆସନ୍ତାକାଲି ଏହି ମାମଲାର ଶୁଣାଣୀ ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ତା ପୂର୍ବରୁ ଆନ୍ଦୋଳନକୁ ସ୍ଥଗିତ ରଖିବା ନିଷ୍ପତି ହୋଇଛି । ଆସନ୍ତାକାଲି ଆଇନଜୀବୀଙ୍କ ଆନ୍ଦୋଳନ ନେଇ ପୁଲିସ ଡିଜି  ଏବଂ ସମ୍ବଲପୁର ଆଇଜି, ଭିଡିଓ କନଫରେନ୍ସି ମାଧ୍ୟମର ହାଜର ହେବାକୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe