ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କାର ଜରିମାନା : ଅନାଦେୟ ରହିଲେ ଭୋଗିବାକୁ ପଡିବ ୩ ମାସ ଜେଲ; ଅବମାନନା ମାମଲାରେ ଦଣ୍ଡ ଶୁଣାଣି କଲେ ସୁପ୍ରିମକୋର୍ଟ

544

କନକ ବ୍ୟୁରୋ : ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ହୋଇଛି ଦଣ୍ଡାଦେଶ । ପ୍ରଶାନ୍ତ ଭୂଷଣଙ୍କୁ ହୋଇଛି ଗୋଟିଏ ଟଙ୍କାର ଜରିମାନା । ଏହାକୁ ପୈଠ ନକଲେ ଭୋଗିବାକୁ ପଡିବ ୩ ମାସର ଜେଲ୍ । ୩ ବର୍ଷ ଯାଏଁ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ୍ କରିବା ଉପରେ ବି ଲାଗିପାରେ କଟକଣା । ଆଇନଜୀବୀ ପ୍ରଶାନ୍ତ ଭୂୂଷଣଙ୍କ ବିରୋଧରେ ଚାଲିଥିବା ଅବମାନନା ମାମଲାରେ ସୁପ୍ରିମକୋଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ଦଣ୍ଡ ଶୁଣାଣି କରିଛନ୍ତି । ଗତ ୨୫ ଅଗଷ୍ଟରେ ଜଷ୍ଟିସ୍ ଅରୁଣ ମିଶ୍ର, ବି ଆର ଗବଇ ଏବଂ କୃଷ୍ଣ ମୁରାରୀ ପ୍ରଶାନ୍ତ ଭୂଷଣ ନିଜ ଟୁଇଟ୍ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଅସ୍ୱୀକାର କରିବା ପରେ ତାଙ୍କର ଦଣ୍ଡାଦେଶ ଶୁଣାଣି ସଂରକ୍ଷିତ ରଖିଥିଲେ ।

ଗତ ୧୪ ଅଗଷ୍ଟରେ ଏହି ମାମଲାରେ ପ୍ରଶାନ୍ତୁ ଭୂଷଣଙ୍କୁ ସର୍ବୋଚ୍ଚ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଣିକୁ ଖଣ୍ଡପୀଠକୁ ପଠାଇ ଦେଇଥିଲେ । ପ୍ରଶାନ୍ତ ଭୂଷଣଙ୍କୁ ଏହି ଜରିମାନା ରାଶି ସେପ୍ଟେମ୍ୱର ୧୫ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଶୁଣାଣି କରିବା ପୂର୍ବରୁ ଖଣ୍ଡପୀଠ କହିଥିଲେ କି ଏହି ଶୁଣାଣି ଲୋକଙ୍କ ବିଶ୍ୱାସ ଏବଂ ମିଡିଆ ରିପୋର୍ଟକୁ ନେଇ ହୋଇନଥାଏ । ପ୍ରଶାନ୍ତ ଭୂଷଣ ନିଜ ବୟାନ୍ କୋର୍ଟଙ୍କୁ ଦେବା ଆଗରୁ ମିଡିଆକୁ ଦେଇଥିଲେ । ଏହା ହିଁ ଭୁଲ୍ ଥିଲା । ଆମେ ଚାହୁଁ ସେ କ୍ଷମା ପ୍ରାର୍ଥନା କରନ୍ତୁ । କିନ୍ତୁ ସେ ଏହାକୁ ଅସ୍ୱୀକାର କରିଦେଇଛନ୍ତି । ପ୍ରଶାନ୍ତ ଭୂଷଣଙ୍କ ଟୁଇଟକୁ ନେଇ ଭୁଲ୍ ମାଗିବାରେ କଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରିଥିଲେ ଖଣ୍ଡପୀଠ ।