କାହିଁକି ଲରେନ୍ସ ବିଷ୍ଣୋଇ ହେଲା ସଲମାନ ଖାନର ମୂଖ୍ୟ ଶତ୍ରୁ  ? କଣ ରହିଛି କାରଣ ?

65

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ କହିଛି ଯେ ପ୍ରକୃତରେ ସଲମାନ ଖାନଙ୍କ ସହ ତାଙ୍କର ଏକ ପ୍ରକାର ବ୍ୟକ୍ତିଗତ ଶତ୍ରୁତା ନାହିଁ । କିନ୍ତୁ ସେ ତାଙ୍କୁ ହତ୍ୟା କରିବେ । ହଁ, ଯଦି ସେ କ୍ଷମା ମାଗନ୍ତି ଏବଂ ତାଙ୍କ ସମାଜ ତାଙ୍କୁ ଗ୍ରହଣ କରେ ତେବେ ସେ ତାଙ୍କୁ ଛାଡିଦେବେ ।  ପ୍ରଶ୍ନ ହେଉଛି, ସଲମାନ ଖାନ ଏମିତି କଣ  ଭୁଲ କରିଛନ୍ତି ଯେ ଜୀବନ ନେବାଯାଏ କଥା ଯାଇଛି ?

“ତା’ର ଅହଂକାରକୁ ଏବେ ନହେଲେ ଭବିଷ୍ୟତରେ ଭାଙ୍ଗିଦେବୁ ।“ ସଲମାନ ଖାନଙ୍କ ବିରୋଧରେ ଏପରି ବିବାଦିତ ବୟାନ ଦେଇ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ । ଲରେନ୍ସ ବିଷ୍ଣୋଇ ବିଷୟରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ ଯେ ସେ ଆମ ଦେଶର ଜଣେ କୁଖ୍ୟାତ ଅପରାଧୀ । ତା ନାଁ ରେ ବହୁତ କେସ କୋର୍ଟରେ ଗଡୁଛି ।

ପଞ୍ଜାବୀ ଲୋକ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସେ ଲାଇମଲାଇଟ୍ କୁ ଆସିଥିଲା ।  “ତା’ର ଅହଂକାରକୁ ଏବେ ନହେଲେ ଭବିଷ୍ୟତରେ ଭାଙ୍ଗିଦେବୁ ।“  ବାସ୍ତବରେ ଏ ଧମକ ସେ ବଲିଉଡ ଷ୍ଟାର ସଲମାନ ଖାନଙ୍କ ପାଇଁ ଦେଇଛି । ଚଳଚ୍ଚିତ୍ର ତାରକା ସଲମାନଙ୍କ ସହ ତାଙ୍କର ଶତ୍ରୁତା କ’ଣ ?

ଚଳଚ୍ଚିତ୍ର “ହମ୍ ସାଥ୍ ସାଥ୍ ହେ” ସୁଟିଂ ସମୟର ଘଟଣା

ସଲମାନ ଖାନଙ୍କ ଜୀବନ ପଛରେ ଲରେନ୍ସ ବିଷ୍ଣୋଇ କ’ଣ ପାଇଁ ପଡିଛି ? ସଲମାନ ଖାନ ଜଣେ ଗ୍ୟାଙ୍ଗଷ୍ଟର ନୁହଁ ଯେ  ଯିଏ ତାଙ୍କୁ ଚ୍ୟାଲେଞ୍ଜ କରିବ ।  ସଲମାନ ଖାନ କାହାକୁ ମାରିବା ପାଇଁ ସୁପାରି ମଧ୍ୟ ନିଏ ନାହିଁ ।   ସଲମାନ ଖାନ ଏମିତି କୌଣସି ବେଆଇନ ବ୍ୟବସାୟରେ ଜଡିତ ନୁହଁନ୍ତି ଯାହା ତା ବ୍ୟବସାୟକୁ କ୍ଷତି ପହଞ୍ଚାଇବ । ତେବେ କୋଉ କରଣ ପାଇଁ ସିଏ ତାଙ୍କ ପଛରେ ପଡିଛି ?  | ଏହି ବିଷୟଟି ପ୍ରାୟ ୨୫ ବର୍ଷ ପୁରୁଣା ଏବଂ ଏହା ରାଜସ୍ଥାନ ସହିତ ଜଡିତ ଅଟେ ।

ତାହା ଥିଲା ୧୯୯୮ ମସିହାର କଥା ।  ଫିଲ୍ମ ହମ ସାଥ ସାଥ ହେ ର ସୁଟିଂ ପାଇଁ ସଲମାନ ଖାନ ଯୋଧପୁରରେ ଥିଲେ । ତାଙ୍କ ଦଳ କଳା ହରିଣ (ବ୍ଲାକବକ୍) ଶିକାର କରିଥିବାର  ଅଭିଯୋଗ ହୋଇଥିଲା । ପ୍ରାୟ ୩  ଦଶନ୍ଧି ଧରି ଶୁଣାଣି ପରେ ଯୋଧପୁର କୋର୍ଟ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡିତ କରିଥିଲେ । ତେବେ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି । କୌତୂହଳର ବିଷୟ, ଯେତେବେଳେ ବ୍ଲାକବକ୍ ଶିକାର ମାମଲା ଖବରକାଗଜ ଏବଂ ଟିଭିରେ ଆସିଲା ସେତେବେଳେ ଲରେନ୍ସକୁ ମାତ୍ର ପାଞ୍ଚ ବର୍ଷ ହୋଇଥିଲା ।  ବର୍ତ୍ତମାନ ତାଙ୍କୁ ୩୦ ବର୍ଷ ବୟସ ଏବଂ ପ୍ରାୟ ଏକ ବର୍ଷ ପୂର୍ବେ ସେ ଯେ କୌଣସି ପ୍ରକାରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ  ଧମକ ଦେଇଥିଲେ।

୨୫ ବର୍ଷ ତଳେ ଘଟିଥିବା ହରିଣ ଶିକାର ସହ ଲରେନ୍ସ ବିଷ୍ଣୋଇଙ୍କର ଏହା ସହିତ କ’ଣ ସମ୍ପର୍କ ଅଛି ?

କଳା ହରିଣକୁ ଭଗବାନଙ୍କ ପରି ମାନନ୍ତି ବିଷ୍ଣୋଇ ସମ୍ପ୍ରଦାୟ ପ୍ରକୃତରେ ଯେଉଁ କଳା ହରିଣ ଶିକାର ମାମଲା ସାମ୍ନାକୁ ଆସିଲା ସେହି ହରିଣକୁ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ  ଦେବତା ଭାବରେ ପୂଜା କରନ୍ତି । ବିଷ୍ଣୋଇ ସମ୍ପ୍ରଦାୟ ବିଶ୍ବାସ କରେ ଯେ ସେମାନଙ୍କର ଗୁରୁ ଜମ୍ବେଶ୍ୱର ଏକ କଳା ହରିଣ ଆକାରରେ ଜନ୍ମ ହୋଇଥିଲେ । ଯିଏ ଜାମ୍ବାଜୀ ଭାବରେ ଜଣାଶୁଣା ।  ଯେଉଁମାନେ କଳାହରିଣ ଶିକାର କରନ୍ତି କିମ୍ବା ଗଛ କାଟନ୍ତି, ସେମାନଙ୍କୁ ବିଷ୍ଣୋଇ ସମାଜ କଦାପି କ୍ଷମା କରନ୍ତି ନାହିଁ ।  ଲରେନ୍ସ ବିଷ୍ଣୋଇ କହିଥିଲେ ଯେ ସଲମାନ ଖାନଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ସେ ସେମାନଙ୍କର ଦେବତାଙ୍କୁ ଅପମାନିତ କରିଛନ୍ତି ଏବଂ ଏହା କରୁଥିବା ବ୍ୟକ୍ତିଙ୍କୁ କିପରି କ୍ଷମା କରି ପାରିବେ ? ହଁ, ଯଦି ସଲମାନ ଖାନ କ୍ଷମା ମାଗନ୍ତି ଏବଂ ତାଙ୍କ ସମାଜ ତାଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରେ ତେବେ ସେ କ୍ଷମା କରିଦେବେ ।

ପାଞ୍ଚ ବର୍ଷ କାରାଦଣ୍ଡ ସଜା ହେଇଛି କିନ୍ତୁ ସଲମାନ ଜାମିନରେ ଅଛନ୍ତି

ଏପ୍ରିଲ ୨୦୧୮ ରେ ଯୋଧପୁରର ସେଶନ କୋର୍ଟ ସଲମାନ ଖାନଙ୍କୁ ପାଞ୍ଚ ବର୍ଷ ଜେଲ ଏବଂ ୧୦,୦୦୦ ଟଙ୍କା ଜୋରିମାନା କରିଛନ୍ତି । ପ୍ରମାଣ ଅଭାବରୁ ଅନ୍ୟ କଳାକାରମାନେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।  ଯଦିଓ ତାଙ୍କୁ ଜାମିନ ମିଳିଛି। ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ରାଜସ୍ଥାନ ହାଇକୋର୍ଟ ଯାଇ ଆବେଦନପତ୍ରରେ କହିଛନ୍ତି ଯେ ସଲମାନ ଖାନ ଆର୍ମସ ଆକ୍ଟ ମାମଲାରେ ଏକ ଜାଲ୍ ଆଫିଡେଭିଟ୍ ଦାଖଲ କରିଛନ୍ତି । ତେବେ ସରକାରଙ୍କ ଆବେଦନକୁ ଯୋଧପୁର ଜିଲ୍ଲା ଏବଂ ସେଶନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ମାର୍ଚ୍ଚ ୨୦୨୨ ରେ ରାଜସ୍ଥାନ ହାଇକୋର୍ଟ ଯୋଧପୁର ଜିଲ୍ଲା ଏବଂ ସେଶନ କୋର୍ଟରେ ଦାଖଲ ହୋଇଥିବା ଦୁଇଟି ଆବେଦନ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।