କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ। ମଧୁପାଟଣା ଅଞ୍ଚଳରେ ଥିବା ପ୍ରତିଷ୍ଠିତ ହୋଟେଲରେ ନିର୍ଯ୍ୟାତନାର ଶିକାର ହୋଇଥିବା ଏତଲା।

Advertisment
କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ। ମଧୁପାଟଣା ଅଞ୍ଚଳରେ ଥିବା ପ୍ରତିଷ୍ଠିତ ହୋଟେଲରେ ନିର୍ଯ୍ୟାତନାର ଶିକାର ହୋଇଥିବା ଏତଲା।

କନକ ବ୍ୟୁରୋ: କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳିବା ପାଇଁ ହୋଟେଲ ଯାଇ ରାତି ବିତାଇଥିବା ଜଣେ ଆଇନ ପଢ଼ୁଆ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ରାତିରେ ଛାତ୍ରୀଙ୍କ ରୁମ୍ ଖୋଲାଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । କଟକ ମଧୁପାଟଣା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ପୀଡିତା ଏତଲା ଦେବା ପରେ ପୋଲିସ ହୋଟେଲ ମ୍ୟାନେଜରକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ପୀଡିତା ଜଣଙ୍କର ସହପାଠୀଙ୍କ ଜନ୍ମଦିନ ଥିବାରୁ ମଧୁପାଟଣା ଅଞ୍ଚଳର ଏକ ପ୍ରତିଷ୍ଠିତ ହୋଟେଲରେ ପାର୍ଟିର ଆୟୋଜନ କରିଥିଲେ । ସନ୍ଧ୍ୟାରୁ ମଧ୍ୟରାତ୍ରୀ ଯାଏଁ ପୀଡିତା ଓ ତାଙ୍କ ସହପାଠୀମାନେ ପାର୍ଟି କରିଥିଲେ । ପରେ ପରେ ସେଠାରେ ବୁକ୍ ହୋଇଥିବା ୪ଟି ରୁମକୁ ଚାଲିଯାଇଥିଲେ । ପରଦିନ ସକାଳୁ ପୀଡିତା ନିଜକୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ଏବଂ ରୁମର କବାଟ ମଧ୍ୟ ଖୋଲାଥିଲା । ରୁମରେ ଶୋଇଥିବା ସହପାଠୀଙ୍କୁ ଏ ବିଷୟରେ ପଚାରିବାରୁ ସେମାନେ କିଛି ଜାଣିନଥିବା କହିଥିଲେ । ପରେ ଅନ୍ୟ ସହପାଠୀମାନେ ଆସି ତନାଘନା କରିବାରୁ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏନେଇ ପୀଡିତା ତୁରନ୍ତ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ପୋଲିସ ଜେରା ପରେ ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ମଧୁପାଟଣା ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ କୋର୍ଟରେ ବୟାନ ରେକର୍ଡ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe