କନକ ବ୍ୟୁରୋ: ଗତକାଲି ଆଡପ ପହଣ୍ଡି ସମୟରେ ଚାରମାଳ ଉପରେ ବଡଠାକୁର ବଳଭଦ୍ର ଝୁଙ୍କିପଡିବା ଘଟଣାକୁ ନେଇ ଆସିଛି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବୟାନ । କହିଛନ୍ତି, ‘ ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା । ଯେଉଁଭଳିିି ଭାବେ ଠାକୁର ଆଗକୁ ଝୁଙ୍କିପଡିଲେ ଏଥିରେ ଠାକୁରଙ୍କର କିଛି କ୍ଷତି ହୋଇନାହିଁ କିନ୍ତୁ ଏଥିରେ ଯେଉଁ ସେବାୟତ ଆହତ ହୋଇଥିଲେ, ସେମାନେ ସୁସ୍ଥ ଅଛନ୍ତି, ସେମାନଙ୍କ ମଧ୍ୟରୁ ଏବେ କିଛି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କିଛି ସେବାୟତ ଏବେ ସେବାରେ ଯୋଗ ଦେଲେଣି । ଏହାକୁ ପ୍ରଭୁଙ୍କର ଏକ ଲୀଳା ବୋଲି କୁହାଯିବ । ଏହାକୁ ନେଇ ଅଧିକ ବଢାଇ ଆଲୋଚନା କରାଯିବା ଉଚିତ ନୁହେଁ’ ।
ବଡଠାକୁର ବଳଭଦ୍ରଙ୍କ ଅଘଟଣ ନେଇ ଆଇନମନ୍ତ୍ରୀଙ୍କ ବୟାନ: କହିଲେ , ‘ଏହା ଏକ ସାମାନ୍ୟ ଦୁର୍ଘଟଣା, ଏହା ଲୀଳାମୟଙ୍କ ଲୀଳା’
/kanak/media/post_attachments/wp-content/uploads/2024/07/14-3.jpg)