ଚଳଚଞ୍ଚଳ ରଥଖଳା । ରଥ ଉପରକୁ ଉଠିଲା ୪ ନାହାକା । ପୁରୀ ଗସ୍ତ କରିବେ ଆଇନ ମନ୍ତ୍ରୀ । ସ୍ନାନପୂର୍ଣ୍ଣିମା ନୀତିକାନ୍ତି ଓ ଶ୍ରୀମନ୍ଦିରେ ଦର୍ଶନ ବ୍ୟବସ୍ଥା ନେଇ ହେବ ଆଲୋଚନା ।

64

କନକ ବ୍ୟୁରୋ: ଜୁନ୍ ୨୨ ତାରିଖରେ ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଜେନ୍ଦ୍ରଭିଷେକ ନୀତି । ଶ୍ରୀମନ୍ଦିରରେ ଆଜି ଶୃଙ୍ଖଳିତ ନୀତିକାନ୍ତୀ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀ ମଧ୍ୟ ଅନୁଷ୍ଠିତ ହେବାକୁ ରହିଛି । ସେପଟେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଆଜି ୩ ରଥର ଚାରି ନାହାକା ଉଠିଛି । ପ୍ରତ୍ୟେକ ରଥରେ ଚାରଟି ଲେଖାଁଏ ମୋଟ୍ ୧୨ଟି ନାହାକା ଉଠାଯାଇଛି । ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଶ୍ୱକର୍ମା ମହାରଣା କହିଛନ୍ତି ।

ସେପଟେ ଆଜି ପୁରୀ ଗସ୍ତରେ ଯାଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ପୁରୀ ଗସ୍ତ । ଏହି ଅବସରରେ ସେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ଏହାସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।