୨୪ ବର୍ଷର ନିକମ୍ମା ଯୁବକ ବନାମ ଦେଢ ମାସର ଶିଶୁ ଉପାଖ୍ୟାନ କହି ବିଜେଡିକୁ ଆଇନା ଦେଖାଇଲେ ଆଇନମନ୍ତ୍ରୀ ।

Advertisment
୨୪ ବର୍ଷର ନିକମ୍ମା ଯୁବକ ବନାମ ଦେଢ ମାସର ଶିଶୁ ଉପାଖ୍ୟାନ କହି ବିଜେଡିକୁ ଆଇନା ଦେଖାଇଲେ ଆଇନମନ୍ତ୍ରୀ ।

କନକ ବ୍ୟୁରୋ: ବଜେଟକୁ ନେଇ ବିଧାନସଭାରେ ସରଗରମ ଆଲୋଚନା ଚାଲିଥିବା ବେଳେ ବିଜେଡି ଶାସନର ପୋଲ ଖୋଲିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏପରିକି ବିଜେଡିକୁ ୨୪ ବର୍ଷର ନିକମ୍ମା ଯୁବକ ବୋଲି କହିବା ସହ ବିଜେପିକୁ ଦେଢ ମାସର ଶିଶୁ ସହ ତୁଳନା କରିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି, ବିଜେଡି ବିରୋଧୀ ଦଳରେ ବସିବାର ଅଭ୍ୟାସ କରନ୍ତୁ। ଜବାବରେ ପ୍ରତାପ ଦେବ କହିଛନ୍ତି, ବିଜେଡି ଅସହିଷ୍ଣୁ ନୁହେଁ । ଗଠନ ମୂଳକ ବିରୋଧୀ ଭାବେ ରହିବୁ, ଭୁଲ ହେଲେ ସ୍ବର ଉଠାଇବୁ ।

ବିଧାୟକଙ୍କ ଘରେ ମିଳୁନି ପାଣି । ଘର ପାଣିରେ ଡାଲି ସିଝୁନି । ମାହାଙ୍ଗା ବିଧାୟକଙ୍କ ଘରେ ମିଳୁନି ପାଣି, ଆଉ ଯେଉଁ ପାଣି ମିଳୁଛି ସେଥିରେ ଡାଲି ସିଝୁନି । ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କହି ଉଦବେଗ ପ୍ରକାଶ କରିଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ଜବାବରେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ କହିଥିଲେ, ଡିସେମ୍ୱରରେ ବିଧାୟକଙ୍କ ଘରକୁ ପାଣି ଯିବ ଓ ସେ ଡାଲି ଭାତର ଆୟୋଜନ କରିବେ।

ସେପଟେ ଗୃହରେ ଉଠିଲା ନୀତି ଆୟୋଗ ବୈଠକ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ବିରୋଧୀ । ବିଧାନସଭାର ଶୂନ୍ୟକାଳରେ ଆଜି ନୀତି ଆୟୋଗ ବୈଠକରେ ରାଜ୍ୟର ଦାବି ପ୍ରସଙ୍ଗ ଉଠାଇଥିଲେ ବିଜେଡି ଓ କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe