କନକ ବ୍ୟୁରୋ : ବାଂଲାଦେଶରେ ଲାଗିଥିବା ହିଂସାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମୁଦ୍ର ପଥ ଦେଇ ବାଂଲାଦେଶରୁ ଅନୁପ୍ରବେଶକାରୀ ଆସିପାରନ୍ତି ବୋଲି ଆଶଂକା କରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ତଟ ଓ ସମୁଦ୍ର ମୁହାଣରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ଯେଉଁମାନେ ଓଡିଶାକୁ ଶରଣାର୍ଥୀ ଭାବେ ଆସିଛନ୍ତି ସେମାନେ ସିଏଏ ଅନ୍ତଭୁକ୍ତ । ହେଲେ ଯେଉଁମାନେ ବିଭିନ୍ନ ସମୟରେ କେବଳ ଅନୁସରଣ କରିବା ଉର୍ଦ୍ଦେଶ୍ୟରେ ଆସିଛନ୍ତି ସେମାନଙ୍କ ମଧ୍ୟରୁ କିଛି ଲୋକ ପଶ୍ଚିମବଙ୍ଗ ଦେଇ, କିଛି ଲୋକ ସିଧାସଳଖ ଡଙ୍ଗାରେ ଆସୁଛନ୍ତି ।

Advertisment

ବର୍ତ୍ତମାନ କୋଷ୍ଟଗାର୍ଡ, ସୀମା ସୁରକ୍ଷା ବାହିନୀ ସେମାନଙ୍କ ଉପରେ କଡ଼ା ନଜର ରଖିଛି । ଏଣୁ ଏବେ ସେସବୁ ହେବ ନାହିଁ । କିନ୍ତୁ ପଶ୍ଚିମବଙ୍ଗ ଦେଇ ଯେଉଁମାନେ ଓଡିଶା ପ୍ରବେଶ କରିଛନ୍ତି ଓ ବିିଭିନ୍ନ କାମରେ ନିୟୋଜିତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ଯେଉଁମାନେ ସେମାନଙ୍କର ପରିଚୟପତ୍ର ଦେଇପାରିବେ ନାହିଁ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରାଯିବ ।