କନକ ବ୍ୟୁରୋ : ଅଗଷ୍ଟ ୩୧ ପରେ ଆସିବ ନୂଆ ମଦ ନୀତି । ଏହାର ବୈଧତା ରହିବ ସାତ ରୁ ଆଠ ମାସ । କିନ୍ତୁ ଆଗାମୀ ବର୍ଷରେ ଯେଉଁ ମଦ ନୀତି ଆସିବ, ସେଥିରେ ବ୍ୟାପକ ପରିବର୍ତନ ଆଣିବେ ମୋହନ ସରକାର । ବିଶେଷକରି, ସେଥିରେ ଚୋରା ମଦ କାରବାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯିବ । କୋଚିଆ ସେଲ ବନ୍ଦ କରିବା ପାଇଁ କଠୋର ହେବେ ସରକାର । ସେଥିପାଇଁ ସରକାର ପଦକ୍ଷେପ ନେବା ପାଇଁ ଯାଉଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ...

Advertisment

ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ନିଜସ୍ୱ ମଦନୀତି ଆଣିବାକୁ ଯାଉଛନ୍ତି ମୋହନ ସରକାର । ଅଗଷ୍ଟ ୩୧ତାରିଖ ପର୍ୟ୍ୟନ୍ତ ପୁରୁଣା ନୀତିରେ ପ୍ରଚଳିତ ହାରରେ ବିଭିନ୍ନ ଫି ସହ ଗାଇଡଲାଇନ କାର୍ୟ୍ୟକରିବ । ଏହା ପରେ ବିଜେପି ସରକାର ଆଣିବ ନୂଆ ମଦ ନୀତି । ତେବେ ନୂଆ ମଦନୀତିରେ କଣ ରହିପାରେ...
- ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବା ଉପରେ କଟକଣା ଲାଗିପାରେ
- ପର୍ୟ୍ୟାୟ କ୍ରମେ ମଦ ଦୋକାନ ହ୍ରାସ ପାଇଁ ନିଷ୍ପତି ନେଇପାରନ୍ତି ସରକାର
- ଲଟେରୀ ମାଧ୍ୟମରେ ଲାଇସେନ୍ସରେ ହୋଇପାରେ ବ୍ୟାପକ ପରିବର୍ତନ
- ଗ୍ରାମାଞ୍ଚଳରେ ଅବାଧ ମଦ ବିକ୍ରିରେ ଲାଗିପାରେ କଟକଣା
ବାଇଟ - ସୁଦର୍ଶନ ନାୟକ, ପୂର୍ବତନ ଅବକାରୀ କମିଶନର

କିଛି ଦିନ ତଳେ, ରାଜ୍ୟରେ ମଦ ବିକ୍ରି ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଚାର କରିବା କଥା କହିଥିଲେ ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀଙ୍କ ଏହି କଥା ଚର୍ଚ୍ଚାର ବିଷୟ ହୋଇଥିଲା।