କନକ ବ୍ୟୁୁରୋ: ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ବିଷାକ୍ତ ମଦ ପିଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ପଡିଥିବା ଖବର ଏବେ ଚର୍ଚ୍ଚାରେ ଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଖାଲି ସେତିକି ନୁହେଁ, ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକିହେବ ସେ ନେଇ ପଦକ୍ଷେପ ନୂଆ ଅବକାରୀ ନୀତିରେ ସାମିଲ କରାଯିବ । ତେବେ ଚିକିଟିରେ ଯେଉଁମାନେ ମଦ ପିଇ ଅସୁସ୍ଥ ସେମାନଙ୍କ ସ୍ୱାସ୍ୟାବସ୍ଥା ଭଲ ଅଛି । ୨୦ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିଲା, ତାଙ୍କ ସ୍ୱାସ୍ଥ୍୍ୟ ଅବସ୍ଥାରେ ସୁଧାର ଆସିବାରେ ଲାଗିଛିି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।