କନକ ବ୍ୟୁରୋ: ରତ୍ନଭଣ୍ଡାରର ମରାମତି କାମ କେବେ ହେବ ସେ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ‘ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ସ୍ଥାନାନ୍ତରଣ ହୋଇସାରିଛି । ଏହାପରେ ପ୍ରଥମେ ରତ୍ନଭଣ୍ଡାରର ଅନୁଧ୍ୟାନ କରିବ ଏଏସଆଇ ଟିମ୍ । ଦିନେ ଦୁଇ ଦିନ ମଧ୍ୟରେ ଟିମ୍ ଅନୁଧ୍ୟାନ ଆରମ୍ଭ କରିବ । ଭଣ୍ଡାର ଭିତରର ସ୍ଥିତି ଦେଖିବା ପରେ ମରାମତି ପାଇଁ କେତେ ଦିନ ଲାଗିବ କେବେଠୁ ଆରମ୍ଭ ହେବ ସେନେଇ ଆଲୋଚନା ହେବ । ସମୟ ନିର୍ଘଣ୍ଟ କରାଯାଇ ସରକାରଙ୍କ ପକ୍ଷରୁ ଅନୁମତି ଆସିଲେ ମରାମତି କାମ ଆରମ୍ଭ ହେବ । ତେବେ ଅନୁଧ୍ୟାନ ପରେ ରତ୍ନ ଭଣ୍ଡାର ମରାମତି ନେଇ ସମୟ ଧାର୍ଯ୍ୟ କରାଯିବ’ ବୋଲି କହିଛନ୍ତି ଆଇନମନ୍ତ୍ରୀ ।