ରଥଯାତ୍ରା ଦିନ ଶ୍ରୀମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା । ଘୋଷଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀଙ୍କ ଗୁରୁତ୍ୱ ।

250

କନକ ବ୍ୟୁରୋ: ରଥଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀଙ୍କ ପ୍ରାଥମିକତା । ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶ ମନା । ଆସନ୍ତା କାଲି ଏନେଇ ପୁରୀରେ ଚୂଡ଼ାନ୍ତ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କ ମତାମତକୁ ନେଇ ପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ଉଦ୍ୟମ ଚାଲିଛି । ରଥଯାତ୍ରା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଇନ ଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଏହାସହ କଟକରେ ନକଲି ବିଦେଶୀ ମଦ ତିଆରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ କଟକ ନୁହେଁ, ସାରା ରାଜ୍ୟରେ ନକଲି ମଦ କାରବାର ଉପରେ ନଜର ରଖି କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ।