ଆଇନ, ପୂର୍ତ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବୟାନ । ଅବକାରୀ ନୀତିରେ ସଂଶୋଧନ ଆଣି ଚୋରା ମଦ କାରବାର ରୋକିିବା ଉପରେ ଦେଲେ ଗୁରୁତ୍ୱ

1,472

କନକ ବ୍ୟୁରୋ : କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଇନ, ଅବକାରୀ ଓ ପୂର୍ତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଛି । ବିଭାଗ ବଂଟନ ପରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁପ୍ରିମକୋର୍ଟରେ କିଭଳି ଆନ୍ତଃରାଜ୍ୟ ବିବାଦ ମାମଲାଗୁଡିକରେ ସଠିକ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ରାଜ୍ୟରେ ଅବକାରୀ ନୀତି ସଂଶୋଧନ କରି ଚୋରାମଦ କାରବାରକୁ ରୋକିବା ଉପରେ ପଦ କ୍ଷେପ ନିଆଯିବ ବୋଲି କହିଛନ୍ତି । ଏହାସହ ନିର୍ବାଚନରେ ବେଳେ ବିଜେପି ତରଫରୁ ରାଜ୍ୟବାସୀଙ୍କ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପୃଥୀରାଜ । ସେ କହିଛନ୍ତି କି, ରାଜ୍ୟ ସରକାର ଶପଥ ନେବାର ମାତ୍ର କେଇଘଂଟା ମଧ୍ୟରେ ଧାନର ଏମଏସପି ୩୧ ଶହ ଟଙ୍କାରେ କିଣାଯିବ ବୋଲି କହିଛନ୍ତି । ଏହାସହ ସୁଭଦ୍ରା ଯୋଜନାରେ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟର ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଗିଫ୍ଟ କାର୍ଡ ପ୍ରଦାନ କରାଯିବ ।