ବୈଜ୍ଞାନିକ ଦେଲେ ଧ୍ୱଂସର ସଂକେତ ! ମାଟି ତଳୁ ବାହାରିଲା କିଛି ଏଭଳି ଯାହାକୁ ଦେଖି ଲୋକ ହେଲେ ଭୟଭୀତ

1,794

ତ୍ରିପୁରାର ଅଗରତଲାରେ ଏକ ଅଜବ ଘଟଣା ଘଟିଛି ଯାହାକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏଠାରେ କଠହଲତଲୀ ଗାଁର ମଧୁବନ ଅଞ୍ଚଳରେ ଲାଭା ଭଳି ତରଳ ପଦାର୍ଥ ମାଟି ଭିତରୁ ବାହାରିବା ଘଟଣା ଏବେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହି ଘଟଣାର ଜାଞ୍ଚ୍ ପାଇଁ ବୈଜ୍ଞାନିକଙ୍କ ଏକ ଦଳ ସ୍ଥିତି ଅନୁଧ୍ୟାନ ପାଇଁ ଅଗରତଲା ପହଂଚିଛନ୍ତି । କୁହାଯାଉଛି କି ଲୋକମାନେ ସେତେବେଳେ ଚକିତ ହୋଇଗଲେ ଯେତେବେଳେ ବିଜୁଳୀ ଖମ୍ବ ପାଖରୁ ଲୋକମାନେ ଜ୍ୱଳନଶୀଳ ତରଳ ପଦାର୍ଥ ବାହାରିବାର ଦେଖିଥିଲେ । ସ୍ଥାନୀୟ ଲୋକମାନେ ତକ୍ରାଳ ପ୍ରଶାସନକୁ ଏହାର ଖବର ଦେଲେ ଯାହାପରେ ତ୍ରିପୁରା ଟିଏସଏସିର ବୈଜ୍ଞାନିକଙ୍କ ଦଳ ଘଟଣାସ୍ଥଳରେ ପହଂଚିଥିଲେ ।

ବୈଜ୍ଞାନିକଙ୍କ କହିବାନୁସାରେ ତ୍ରିପୁରା ଏବଂ ଏହାର ଆଖ-ପାଖ ଅଞ୍ଚଳରେ ଗତ ଏକବର୍ଷରେ ଏହା ହେଉଛି ଚତୁର୍ଥ ଘଟଣା । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଯଦି ଭୁୁମିରୁ ଲାଭା ବାହାରୁଛି ତେବେ ଭୁମିକମ୍ପ ଦୃଷ୍ଟିରୁ ଏହା ଏକ ଦୁଃଖଦ ବିଷୟ । ଭୁବିଜ୍ଞାନୀ ଅଭିଶେକ୍ ଚୌଧୁରୀଙ୍କ ମତରେ ବାଙ୍ଗଲାଦେଶର ଚଟଗାଁଓ ସବରୁମ୍ ପାଖରେ କିଛି ଦିନ ତଳେ ଏଭଳି ଭାବେ ଭୁମି ତଳୁ ଲାଭା ବାହାରିବା ଦେଖାଯାଇଥିଲା ।

ଯାହାର ନମୁନା ମଧ୍ୟ ନିଆଯାଇଥିଲା । ଏହାର ବିଶ୍ଳେଷଣ ପରେ ହିଁ ଜଣାପଡିବ ଯେ ଲାଭା କାହିଁକି ମାଟି ତଳୁ ବାହାରୁଛି । ଲାଭା ଭୁମିତଳୁ ସେତେବେଳେ ବାହାରେ ଯେତେବେଳେ ଟେକ୍ନୋଲଜି ପ୍ଲେଟୋର ମୁଭମେଣ୍ଟ୍ ହୋଇଥାଏ ।