ଆଦିବାସୀଙ୍କ ପାତ୍ର ଭାବେ ବ୍ୟବହାର ଲାଉତୁମ୍ବାର ନୂଆ ଅବତାର । କାରୁକାର୍ଯ୍ୟ ଭରା ତୁମ୍ବାର ବଢିଛି ଆଦର ।

136

କନକ ବ୍ୟୁରୋ: ଆଦିବାସୀଙ୍କ ପ୍ରିୟ ଲାଉତୁମ୍ବା ଏବେ ଦେଶ ତଥା ବିଦେଶରେ ନିଜ ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉତୁମ୍ବାରେ ବିଭିନ୍ନ କାରୁକାଯ୍ୟଁ ଲୋକଙ୍କ ମନ ମୋହୁଥିବା ବେଳେ ଏହାକୁ ଦେଶବିଦେଶରେ ପହଁଚାଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏଭଳି ଉଦ୍ୟମ ଆରମ୍ଭ କରିଛି ରାୟଗଡ଼ାର ପ୍ରେରଣା ଅନୁଷ୍ଠାନ ।

ଦିନଥିଲା ଲାଉ କେବଳ ଆଦିବାସୀଙ୍କ ଖାଦ୍ୟ ସହ ପାତ୍ରର ଭୁମିକା ଗ୍ରହଣ କରୁଥିଲା । ଯେଉଁଥିରେ ଆଦିବାସୀ ଜଙ୍ଗଲକୁ ପାଣି ଓ ମାଣ୍ଡିଆ ଜାଉଭଳି ତରଳ ପଦାର୍ଥ ନେବା ଆଣିବା ପାଇଁ ବ୍ୟବହାର କରୁଥିଲେ । ସମୟାନୁକ୍ରମେ ପ୍ଲାଷ୍ଟିକ ବୋତଲ ଲାଉ ତୁମ୍ବାର ସ୍ଥାନ ନେଲା ଆଉ ନିଜ ପରିଚୟ ହଜାଇବାକୁ ବସିଲା ଆଦିବାସୀଙ୍କ ପାରମ୍ପରିକ ଲାଉତୁମ୍ବା । ମାତ୍ର ହଜି ଯାଉଥିବା ଏହି ଲାଉତୁମ୍ବା ପୁଣିଥରେ ଫେରିଛି । ସେ ବି ଏକ ବ୍ୟବସାୟର ମାଧ୍ୟମ ହୋଇ । ଗାଁ ଗହଳିରେ ଅବ୍ୟବହୃତ ଲାଉତୁମ୍ବାକୁ ସଂଗ୍ରହ କରାଯାଇ ବିଭିନ୍ନ କିସମର ଘର ସାଜସଜ୍ଜ।। ଜିନିଷରେ ରୁପାନ୍ତରିତ କରିବାର ପ୍ରଚେଷ୍ଟା ଜାରି ରହିଛି । ଯାହାକି ଏବେ ଆଦିବାସୀଙ୍କ ଜୀବନ ଜୀବିକାରେ ସହାୟ ହୋଇପାରିଛି ।

ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଚଂଳରେ ବିଭିନ୍ନ କିସମର ଖାଦ୍ୟ ଉପଯୋଗୀ ଏବଂ ଜଙ୍ଗଲି ଲାଉ ଦେଖିବାକୁ ମିଳିଥାଏ । ମିଳୁଥିବା ଲାଉଗୁଡିକର ଆକାର, କିଶମ , ଗଠନରେ ସାମଞ୍ଜସ୍ୟ ନଥିବା ଫଳରେ ଏହା ଦ୍ୱାରା ପ୍ରସ୍ତୁତ ସାମଗ୍ରୀରେ ଦ୍ୱିତୀୟତା ନଥିବା ଯୋଗୁଁ ଏହାର ଚାହିଦା ଦେଶ ତଥା ବିଦେଶରେ ରହିଛି । ଏପରିକି ଲାଉ ପରିବେଶ ଉପଯୋଗୀ ଓ ଏଥିରେ ପୋକ ନ ଲାଗିବା ଫଳରେ ଏହା ଦୀର୍ଘସ୍ଥାୟୀ । ଏହି କଳା ଆଗରୁ ବିଦେଶରେ ବେସ ନା କରିଥିବା ବେଳେ ଆଗାମୀ ଦିନରେ ଲାଉତୁମ୍ବା କଳା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାଇ ରଖିବା ସହ ଆଦିବାସୀଙ୍କ ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ହୋଇପାରିବ ।