କନକ ବ୍ୟୁରୋ : ଆସନ୍ତା ଡିସେମ୍ବରରୁ ଏଟିଏମରୁ ଟଙ୍କା ଉଠାଣ ନିୟମ ବଦଳାଇବ ପିଏନବି । ଟଙ୍କା ଉଠାଣ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ପିଏନବି ନିୟମରେ ପରିବର୍ତ୍ତନ ଆଣିଛି। ଡିସେମ୍ବର ୧ ଠାରୁ ଗ୍ରାହକମାନେ ଓଟିପି ମାଧ୍ୟମରେ ଟଙ୍କା ଉଠାଇ ପାରିବେ। ୧୦,୦୦୦ରୁ ଅଧିକ ଟଙ୍କା ଉଠାଇବାକୁ ହେଲେ ଗ୍ରାହକଙ୍କୁ ଓଟିପିର ଆବଶ୍ୟକତା ପଡ଼ିବ। ଡିସେମ୍ବର ୧ରୁ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ସନ୍ଧ୍ୟା ୮ଟାରୁ ସକାଳ ୮ଟା ମଧ୍ୟରେ ଆପଣ ୧୦,୦୦୦ ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ ଆପଣଙ୍କୁ ଓଟିପିର ଆବଶ୍ୟକତା ପଡ଼ିବ।
ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ (ଓବିସି)କୁ ପିଏନବିରେ ମିଶ୍ରଣ କରାଯାଇଛି। ତେଣୁ ପିଏନବିର ଓଟିପି ଆଧାରିତ ସୁବିଧା ଏହି ବ୍ୟାଙ୍କଗୁଡିକର ଗ୍ରାହକ ଏବଂ ଏଟିଏମ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ପିଏନବି ପୂର୍ବରୁ ଏସବିଆଇ ମଧ୍ୟ ନିଜ ଗ୍ରାହକମାନଙ୍କ ପାଇଁ ଓଟିପି ସୁବିଧା ଆଣିଥିଲା।
Save the dates!
PNB 2.0 is launching OTP based cash withdrawals from 1st December 2020.
Making withdrawals easy, banking easier. pic.twitter.com/EsuXJvSTM3— Punjab National Bank (@pnbindia) November 26, 2020
ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଟ୍ଵିଟ୍ କରି ଜଣାଇଥିଲା ଯେ, ଏଣିକି ବ୍ୟାଙ୍କର କୌଣସି ବି ଏଟିଏମରୁ ନଗଦ ଟଙ୍କା ଉଠାଣ ଅଧିକ ସୁରକ୍ଷିତ କରି ଦିଆଯାଇଛି। ଯଦି ଏସବିଆଇ ଏଟିଏମରୁ ୧୦ ହଜାର କିମ୍ବା ଅଧିକ ଟଙ୍କା ଉଠାଯାଏ ତେବେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ଯିବ। ଓଟିପି ଆସିବା ପରେ ଟଙ୍କା ଉଠାଯାଇ ପାରିବ। ଏଟିଏମ ଠକେଇରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପୂରା ଦେଶରେ ୨୪ ଘଣ୍ଟା ପାଇଁ ଓଟିପି ଆଧାରିତ ସେବା ଆରମ୍ଭ କରିଥିଲା। କାରଣ ଓଟିପି ଦେବା ପରେ ହିଁ ଆପଣ ୧୦ ହଜାର କିମ୍ବା ସେଥିରୁ ଅଧିକ ଟଙ୍କା ଉଠାଇ ପାରିବେ।
ଏବେ ଜାଣନ୍ତୁ କିଭଳି ଏହି ନୂଆ ପ୍ରକ୍ରିୟାରେ ଆପଣ ଉଠାଇପାରିବେ ଟଙ୍କା ।
ପିଏନବି ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଆପଣଙ୍କ ପଞ୍ଜୀକୃତ ମୋବାଇଲକୁ ଏକ ଓଟିପି ଆସିବ ।
ଏହି ଓଟିପି କେବଳ ଗୋଟିଏ ଥର ଟ୍ରାଞ୍ଜାକସନ ପାଇଁ କାମ କରିବ । ଅଥାର୍ତ ମୋବାଇଲକୁ ଓଟିପି ଆସିଲେ ଥରେ ମାତ୍ର ଟଙ୍କା ଉଠାଇପାରିବେ । ପୁର୍ନବାର ଟଙ୍କା ଉଠାଣ ପାଇଁ ମୋବାଇଲକୁ ନୂଆ ଓଟିପି ଆସିବ । ଏହି ଓଟିପି ବ୍ୟବସ୍ଥା ଦ୍ୱାରା ଟଙ୍କା ଉଠାଣ ପ୍ରକ୍ରିୟା ଉପରେ ସେଭଳି କୌଣସି ପ୍ରଭାବ ପଡିବ ନାହିଁ ।
ତେବେ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ପିଏନବି କାର୍ଡରୁ ଟଙ୍କା ଉଠାଇଲେ ଏହି ସୁବିଧା ପାଇପାରିବେନି ଗ୍ରାହକ ।