ରଥଯାତ୍ରାରେ ଶୁଖିଲା ପାଗ! ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା

Advertisment
ଆଜିଠୁ ଶୁଖିଲା ପାଗ ! ପୁଣି ୧୨ରୁ ବଢିପାରେ ବର୍ଷାର ପରିମାଣ

କନକ ବ୍ୟୁରୋ: ଜୁଲାଇ ୪ରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଏହି ଦିନ ସାରା ଓଡ଼ିଶାରେ ପାଗ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ କୋହଲା ପାଗ ସହ ହାଲକା ବର୍ଷା ହୋଇପାରେ। ବଜ୍ରପାତର ଆଶଙ୍କା ରହିଛି। ତେବେ ପୂର୍ବଭଳି ତାତି ଅନୁଭୂତ ହେବ ନାହିଁ। ପୁରୀ ସମେତ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ। ଦିନର ତାପମାତ୍ରା ୩୫ ଡିଗ୍ରି ଭିତରେ ରହିବ। ଆଜିଠାରୁ ୩ ଦିନ ଧରି ଓଡ଼ିଶାରେ ପାଗ ଶୁଖିଲା ରହିବ। ୬ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିପାରେ। ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ, ଓଡ଼ିଶା ଉପରେ ରହିଥିବା ୱେଲ୍ ମାର୍କଡ୍ ଲୋ ପ୍ରେସର ଏବେ ଦୁର୍ବଳ ହୋଇଛି। ଓଡ଼ିଶା ଉପରେ ସେତେଟା ପ୍ରଭାବ ନାହିଁ। ଆଜି ପୂର୍ବାହ୍ନ ସୁଦ୍ଧା ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, ନୂଆପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେପଟେ ୱେଲ୍ ମାର୍କଡ୍ ଲୋ ପ୍ରେସରର ପ୍ରଭାବ ଉତ୍ତର ଛତିଶଗଡ଼, ଦକ୍ଷିଣପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘନୀଭୂତ ହୋଇଛି। ପ୍ରଭାବରେ ଆସନ୍ତା ଦୁଇ ଦିନ ଧରି ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ରାଜ୍ୟଗୁଡ଼ିକ ଲାଗି ରେଡ୍ ଆଲର୍ଟ ଜାରି କରାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ବର୍ଷା ହୋଇଛି। ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି। ଜୁଲାଇ ୩ ତାରିଖ ଅପରାହ୍ନଠାରୁ ପାଗରେ ପରିବର୍ତନ ଆସିବ। ବର୍ଷା ପରିମାଣ କମିବ। ଜୁଲାଇ ୫ ଯାଏ ଶୁଖିଲା ପାଗ ରହିବ। ତେବେ ୬ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ସେଭଳି ବର୍ଷା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe