ରାଜ୍ୟ ସରକାରଙ୍କ ଆଇସିୟୁ ବେଡ ତଥ୍ୟ : କଟକରେ ୫୫ ପ୍ରତିଶତ, ଭୁବନେଶ୍ୱରରେ ମାତ୍ର ୪୯ ପ୍ରତିଶତ ଆଇସିୟୁ ବେଡ୍ ଭର୍ତ୍ତି ; ବାକି ସବୁ ବେଡ୍ ଖାଲି

215

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ କରୋନାର ଗତି ବଢିବାରେ ଲାଗିଛି । ଏହା ମଧ୍ୟରେ ଆଇସିୟୁ ବେଡ ଓ ଭେଣ୍ଟିଲେଟରକୁ ନେଇକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । କିଛି ଦିନ ହେଲା କଟକ-ଭୁବନେଶ୍ୱରରେ ଆଇସିୟୁ ବେଡ୍ କିମ୍ବା ଭେଂଟିଲେଟର ସୁବିଧା ପାଇବା ପାଇଁ, ଗୁରୁତର କରୋନା ଆକ୍ରାନ୍ତ ହସ୍ପିଟାଲରୁ ହସ୍ପିଟାଲ ବୁଲୁଥିବା ନେଇ ଖବର ଆସୁଥିବା ବେଳେ, ଆଜି ରାଜ୍ୟ ସରକାରଙ୍କ ତରଫରୁ ଆଇସିୟୁ ବେଡ୍ କିମ୍ବା ଭେଂଟିଲେଟର ନେଇ ତଥ୍ୟ ଦିଆଯାଇଛି ।

ଏଥିରେ କୁହାଯାଇଛି, କଟକରେ ଆଇସିୟୁ ବେଡ୍ ମାତ୍ର ୫୫ ପ୍ରତିଶତ ଭର୍ତି ଅଛି । ସେହିପରି ଭୁବନେଶ୍ୱରରେ ମାତ୍ର ୪୯ ପ୍ରତିଶତ ଆଇସିୟୁ ବେଢ୍ ଭର୍ତି ଅଛି, ବାକି ସବୁ ଖାଲି ଅଛି । ସେହିପରି ରାଜ୍ୟରେ ମାତ୍ର ୪୮ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ଅଛି । ସେହିପରି ଭେଂଟିଲେଟର କ୍ଷେତ୍ରରେ କଟକରେ ୮୫ ପ୍ରତିଶତ ଭର୍ତି ଥିବା ବେଳେ ଭୁବନେଶ୍ୱରରେ ମାତ୍ର ୫୮ ପ୍ରତିଶତ ଭର୍ତି ରହିଛି ଏବଂ ବାକି ସବୁ ଖାଲି ରହିଛି ।

ସେହିପରି ଓଡିଶାରେ ଭେଂଟିଲେଟର ସୁବିଧା ଥିବା ବେଡ୍ ମାତ୍ର ୪୬ ପ୍ରତିଶତ ପୂରଣ ହୋଇଛି । ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ଆଇସିୟୁ ବେଡ୍ ଏବଂ ଭେଂଟିଲେଟର ଖାଲି ଥିବା ବେଳେ, ଏହି ସୁବିଧା ମିଳୁନାହିଁ ବୋଲି କାହିଁକି ଏତେ ଅଭିଯୋଗ ଆସୁଛି ।