ହଜି ଯାଇଛି କି ପ୍ୟାନ କାର୍ଡ , ଏହି ଉପାୟରେ ଗୋଟିଏ ମିନିଟରେ ଡାଉନଲୋଡ କରନ୍ତୁ ଇ-ପ୍ୟାନ

115

କନକ ବ୍ୟୁରୋ : ଏବେ ପ୍ରତିଟି ନାଗରିକଙ୍କ ପାଇଁ ପ୍ୟାନ କାର୍ଡ ଅତ୍ୟାବଶକୀୟ ହୋଇପଡିଛି । ଆଜିକାଲି ସରକାରୀ ଠାରୁ ଘରୋଇ କାମ କାର୍ଯ୍ୟ ପାଇଁ ଅର୍ନିବାର୍ଯ୍ୟ । ବ୍ୟାଙ୍କରେ ଖାତା ଖୋଲିବା ବେଳେ ହେଉ କି କ୍ରେଡିଟ୍ କାର୍ଡ କି ଡେବିଡ୍ କାର୍ଡ ପାଇଁ ଆବେଦନ କରିବା ହେଉ ସବୁଠିରେ ପ୍ୟାନ କାର୍ଡର ଆବଶ୍ୟକତା ଜରୁରୀ । ଏଭଳି ଅତ୍ୟାବଶକୀୟ ପ୍ରମାଣ ପତ୍ର ଯଦି କୌଣସି କାରଣରୁ ହଜିଯାଏ ତେବେ ଆପଣ ଅସୁବିଧାରେ ପଡିବେ । ହେଲେ ଏବେ ଆୟକର ବିଭାଗର ନୂଆ ୱେବସାଇଟରେ ଏହାର ସମାଧାନ ଅଛି । ଆପଣ ଅତି ସହଜ ଓ ଅଳ୍ପ ସମୟ ମଧ୍ୟରେ ଇ-ପ୍ୟାନ କାର୍ଡ ଡାଉନଲୋଡ କରିପାରିବେ ।

କେମିତି କରିବେ ଇ-ପ୍ୟାନ ଡାଉନଲୋଡ

ସର୍ବ ପ୍ରଥମେ ଆୟକର ବିଭାଗର ୱେବସାଇଟ  https://www.incometax.gov.in/iec/foportal ରେ ଲଗଅନ୍ କରନ୍ତୁ
ଏବେ ‘Instant E PAN’  ଉପରେ କ୍ଲିକ୍ କରନ୍ତୁ
‘New E PAN’ଉପରେ କ୍ଲିକ କରନ୍ତୁ
ଏବେ ଆପଣ ଆପଣଙ୍କ ପ୍ୟାନ ନମ୍ବର ଟାଇପ କରନ୍ତୁ
ଯଦି ଆପଣଙ୍କ ପ୍ୟାନ ନମ୍ବର ମନେ ନାହିଁ ତେବେ ଆଧାର ନମ୍ବର ଲେଖନ୍ତୁ
ଏଠାରେ ଦିଆଯାଇଥିବା ସର୍ତ୍ତଗୁଡିକୁ ଧ୍ୟାନର ସହ ପଢି  ‘Accept’ କରନ୍ତୁ
ଏବେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଓଟିପି ଆସିବ
ଏବେ ସେଠାରେ ଦିଆଯାଇଥିବା ଡିଟେଲ୍ସ ପଢି କନଫର୍ମ କରନ୍ତୁ
ଏବେ ଆପଣଙ୍କ ଇ-ମେଲରେ ଆପଣଙ୍କ ପ୍ୟାନ ପିଡିଏଫ ପର୍ମାଟରେ ଆସିଯିବ
ସେଠାରୁ ଆପଣ ଆପଣଙ୍କ ଇ-ପ୍ୟାନ ଡାଉନଲୋଡ କରିପାରିବେ

କହିରଖୁ କି ଯଦି ଆପଣଙ୍କ ପ୍ୟାନ ନମ୍ବର ଆପଣ ଭୁଲି ଯାଇଥିବେ ତେବେ ଆଧାର କାର୍ଡ ସହାୟତାରେ ଇ-ପ୍ୟାନ ଡାଉନଲୋଡ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କ ପ୍ୟାନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ ହୋଇଥିବା ଜରୁରୀ । ଯଦି ଆପଣଙ୍କ ପ୍ୟାନ କାର୍ଡ ସହ ଆଧାର କାର୍ଡ ଲିଙ୍କ ହୋଇ ନାହିଁ ତେବେ ଆପଣ କେବେ ବି ଇ-ପ୍ୟାନ ଡାଉନଲୋଡ କରିପାରିବେ ନାହିଁ ।