ଲଗାତାର ବଢୁଥିବା ତଥା ଖାଉଟିଙ୍କ ପାଇଁ ସମସ୍ୟା ପାଲଟିଥିବା ଲିକ୍ୟୁଫାଇଡ୍ ପେଟ୍ରୋଲିୟମ୍ ଗ୍ୟାସ୍ (ଖଚଏ) ର ଦାମ୍ କମ୍ ହୋଇଛି । ଅଏଲ୍ ମାର୍କେଟିଙ୍ଗ୍ କମ୍ପାନୀ ୩୦ ନଭେମ୍ବର ଅର୍ଥାତ୍ ଆଜିଠାରୁ ବିନା ସବସିଡି ଥିବା ୧୪.୨ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡରର ଦାମ୍ ୧୩୩ ଟଙ୍କା କମିଛି । ଅନ୍ୟପକ୍ଷରେ ସବସିଡି ଥିବା ଏଲପିଜି ସିଲିଣ୍ଡରର ଦାମ୍ ୬.୨୫ ଟଙ୍କା କମିଛି । କଞ୍ଚା ତେଲ ଦାମ୍ କମିବା ଏବଂ ଭାରତୀୟ ମୁଦ୍ରା ଅଧିକ ହେବା କାରଣରୁ ଅଏଲ୍ ମାର୍କେଟ୍ କମ୍ପାନୀ ଦରଦାମ କମ୍ କରିବାକୁ ଚେଷ୍ଟା କରିଛନ୍ତି । ଆଜି ମଧ୍ୟରାତ୍ରରୁ ଦୂଆ ଦର ଲାଗୁ ହେବାକୁ ଯାଉଛି ।
କେମିତି ରହିବ ଦରଦାମ୍ ?
୧ . ଦିଲ୍ଲୀରେ ବିନା ସବସିଡିର ଏଲପିଜି ସିଲିଣ୍ଡରର ଦାମ୍ ୯୪୨.୫୦ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ଏଥିରେ ୮୦୯.୫୦ ଟଙ୍କା ହେବାକୁ ଯାଉଛି ।
୨ . ଅନ୍ୟପକ୍ଷରେ ସବସିଡିର ଏଲପିଜି ସିଲିଣ୍ଡରର ଦାମ୍ ୫୦୦.୯୦ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ୫୦୭.୪୨ ଟଙ୍କା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/AAsHQxv.img_.jpg)
/kanak/media/post_attachments/wp-content/uploads/2018/11/Cylinders-300x169.jpg)