ଏଲଆଇସିର ନଂ ୧ ପଲିସି ! ପ୍ରତିଦିନ ପକେଟରୁ ଯିବ ମାତ୍ର ୯ ଟଙ୍କା କିନ୍ତୁ ଏକାଥରେ ପାଇବେ ୪.୫୬ ଲକ୍ଷ , ତା ସାଙ୍ଗକୁ ଟ୍ୟାକ୍ସରୁ ମିଳିବ ମୁକ୍ତି ।

958

ଏଲଆଇସିର ଏଭଳି ଅନେକ ସ୍କିମ ରହିଛି, ଯେଉଁଥିରେ ଆପଣଙ୍କୁ ବହୁତ ଭଲ ବେନିଫିଟ୍ ଦେଇଥାଏ, ହେଲେ ସେ ସଂପର୍କରେ ଆପଣ ବିଶେଷ କିଛି ଜାଣିନାହିଁନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ନୂଆ ଜୀବନ ଆନନ୍ଦ ଯୋଜନା ସଂପର୍କରେ ଜଣାଇବୁ , ଯାହା ସମୟ ଆସିଲେ ଆପଣଙ୍କୁ ସୁରକ୍ଷିତ ରଖିବା ସହିତ ସଂଚୟ ମଧ୍ୟ ପ୍ରଦାନ କରିଥାଏ । ଏହି ଯୋଜନାରେ ଟଙ୍କା ଲଗାଇଲେ ଆୟକର ଟ୍ୟାକ୍ସ ବଂଚିବା ସାଙ୍ଗକୁ ପଲିସି ରିସ୍କ କଭର୍ ମଧ୍ୟ ସାରା ଜୀବନ ରହିଥାଏ । ଯଦି ପଲିସି ଧାରକଙ୍କ ମୃତ୍ୟୁ କୌଣସି କାରଣରୁ ହୋଇଯାଏ କିମ୍ବା ତେବେ ପଲିସି ଅବଧି ଶେଷ ହେବା ପରେ ହୁଏ ତେବେ ମୁତ୍ୟୁ ଲାଭର ଟଙ୍କା ମଧ୍ୟ କମ୍ପାନୀ ଦେବ ।

ପଲିସିର ଦୁଇଟି ଫାଇଦା : ମାନିନିଅନ୍ତୁ ଯଦି କୌଣସି ପଲିସି ଧାରକ ୧୮ ବର୍ଷ ବୟସରୁ ଏହି ପଲିସି ସହ ଜଡିତ ହୋଇଛନ୍ତି ଏବଂ ୧ ଲକ୍ଷ ପାଇଁ ୩୫ ବର୍ଷର ପ୍ଲାନ୍ ନେଉଛନ୍ତି । ଏଭଳି ସ୍ଥିତିରେ ତାଙ୍କ ବାର୍ଷିକ ପ୍ରିମିୟମ୍ ୧,୦୭,୬୪୫ ଟଙ୍କା ହେବ । ଏହି ଟଙ୍କାକୁ ସେ ୩୫ ଟି କିସ୍ତିରେ ଜମା କରିବେ । ମାଚ୍ୟୁରିଟିରେ ପଲିସି ଧାରକଙ୍କୁ ୪.୫୬ ଲକ୍ଷ ଟଙ୍କା ମିଳିବ । ନୂଆ ଜୀବନ ଆନନ୍ଦ ପଲିସିକୁ ୧୮ ରୁ ୫୦ ବର୍ଷ ବୟସ ମଧ୍ୟରେ ନେଇପାରିବେ । ଏହି ପଲିସି ଅନୁସାରେ ଅତିକମରେ ୧ ଲକ୍ଷ ଟଙ୍କାର ବୀମା ରାଶି କରିବା ନିହାତି ଆବଶ୍ୟକ । କମ୍ପାନୀ ପଲିସିର ଅବଧିକୁ ୧୫ ରୁ ୩୫ ବର୍ଷ ପର୍ଯ୍ୟନ୍ତ ରଖିଛି । ନୂଆ ଜୀବନ ଆନନ୍ଦ ପଲିସିକୁ ଆପଣ ଅଫଲାଇନ୍ ସହ ଅନଲାଇନ୍ ମଧ୍ୟ କରିପାରିବେ ।

ଏହି ପଲିସିରେ ବାର୍ଷିକ,ଛଅମାସ ,ତ୍ରିମାସ ଏବଂ ମାସିକ ଆଧାରରେ ପ୍ରିମିୟମ୍ ଦେବାକୁ ପଡିବ । ଖାସ୍ କଥା ହେଉଛି ଏହି ପଲିସିକୁ କିଣିବାର ୩ ମାସ ପରେ ଆପଣ ନିଜ ଇଚ୍ଛାରେ ପଲିସିରୁ ଋଣ ନେଇପାରିବେ । ମାଚ୍ୟୁରିଟି ପରେ ବୀମା ରାଶି ସହ ସିମ୍ପଲ୍ ରିଭର୍ସନରୀ ବୋନସ୍ ଏବଂ ଫାଇନାଲ୍ ଆଡିସନାଲ୍ ବୋନସ୍ ମଧ୍ୟ ମିଳିବ । ଯଦି ପଲିସି ମଧ୍ୟଭାଗରେ ପଲିସି ଧାରକଙ୍କ ମୃତ୍ୟୁ ହେଉଛି ତେବେ ନୋମିନିକୁ ଯେଉଁ ବୀମା ରାଶି ଦିଆଯିବ ତାହା ୧୨୫ ପ୍ରତିଶତ ହେବ । ଏହାସହ ବୋନସ୍ ଏବଂ ଅନ୍ତିମ ବୋନସ୍ ମଧ୍ୟ ମିଳିବ ।