କନକ ବ୍ୟୁରୋ: ଆଜି ରାଜ୍ୟରେ ୩୨ ଶହ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ ଶହ ୬୧ ଜଣ ସଂକ୍ରମିତ ଥିବା ବେଳେ ୧୩ଶହ ୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତ ସଂଖ୍ୟା ରାଜ୍ୟରେ ଲକ୍ଷେ ୧୬ ହଜାର ୬୭୮ରେ ପହଚିଂଛି । ସେହିପରି ୨୪ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisment

କରୋନା: ଚିନ୍ତା ବଢ଼ାଉଛି ଖୋର୍ଦ୍ଧା

ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ

ବଦଳି ଯାଇଛି କରୋନାର କେନ୍ଦ୍ର । ଏବେ ସମସ୍ୟା ହୋଇ ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା । ଗତ ୨୪ ଘଂଟାରେ ଖୋର୍ଦ୍ଧା ଜିଲ୍ଲା ସମସ୍ତ ରେକର୍ଡ ଟପି ଯାଇଛି । କିଛି ଦିନ ହେଲାଣି ହେଲାଣୀ କ୍ରମାଗତ ଭାବରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ନଜର ପକାନ୍ତୁ ଗତ ୫ ଦିନରେ ଖୋର୍ଦ୍ଧା ଜିଲ୍ଲାରେ କ’ଣ ଥିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ଖୋର୍ଦ୍ଧା ଜିଲ୍ଲାର କରୋନା ଗ୍ରାଫ୍

ଦିନ ସଂଖ୍ୟା ଆକ୍ରାନ୍ତ
ଶୁକ୍ରବାର ୮୫୯ ସର୍ବାଧକ

ଗୁରୁବାର ୭୨୨ ସର୍ବାଧକ

ବୁଧବାର ୭୩୧ ସର୍ବାଧକ

ମଙ୍ଗଳବାର ୬୬୬ ସର୍ବାଧକ

ସୋମବାର ୬୧୬ ସର୍ବାଧକ

ଆଉ ଏହାରି ଭିତରେ ଖୋର୍ଦ୍ଧା ଜିଲ୍ଲାରେ ଆସୁଥିବା ଭୁବନେଶ୍ୱର ସହର ବର୍ତମାନ ସମୟରେ ବଡ଼ ଆହ୍ୱାନ ପାଲଟିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିତ୍ସକ । ଏପଟେ ଆଜି ରାଜ୍ୟରେ ୩୨ ଶହ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧୯ ଶହ ୬୧ ଜଣ ସଂକ୍ରମିତ ଥିବା ବେଳେ ୧୩ଶହ ୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ଲକ୍ଷେ ୧୬ ହଜାର ୬୭୮ରେ ପହଂଚିଛି । ୨୪ଘଂଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।

ବଡ଼ କଥା ହେଉଛି ଏବେ କଟକଣା କୋହଳ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ଟେଷ୍ଟିଂ ଓ ଟ୍ରେସିଂ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।