ଅଙ୍ଗଦାନ କରି ଉଦାହରଣ ପାଲଟିଥିବା ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା, ସୁରଜ ଯୋଜନାରେ ପରିବାରକୁ ଯୋଗାଇଦିଆଯିବ ସହାୟତା

Advertisment
ଅଙ୍ଗଦାନ କରି ଉଦାହରଣ ପାଲଟିଥିବା ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା, ସୁରଜ ଯୋଜନାରେ ପରିବାରକୁ ଯୋଗାଇଦିଆଯିବ ସହାୟତା

କନକ ବ୍ୟୁରୋ: କିଡନୀ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ପ୍ରିୟଙ୍କାଙ୍କ ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା । ଦୁର୍ଘଟଣାରେ ଶିକାର ହୋଇ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ୫ ବର୍ଷର ଝିଅ ଏବେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏବେ ପ୍ରିୟଙ୍କାଙ୍କ ଝିଅଙ୍କ ସମସ୍ତ ଚିକିତ୍ସା ଖର୍ଚ ବହନ କରିବେ ରାଜ୍ୟ ସରକାର । ସୂରଜ ଯୋଜନାରେ ପରିବାରକୁ ମିଳିବ ସହାୟତା । ପ୍ରିୟଙ୍କାଙ୍କ ପରିବାରର ତ୍ୟାଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । କିଡନୀ ଦାନ କରି ଦୁଇ ଜଣଙ୍କ ଜୀବନ ବଂଚାଇଛନ୍ତି ପ୍ରିୟଙ୍କା ପାତ୍ର । ତାଙ୍କର ୫ ବର୍ଷର କୁନି ଝିଅ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି । ସେପଟେ ସଫଳ କିଡନୀ ପ୍ରତିରୋପଣ ପାଇଁ ଡାକ୍ତରୀ ଟିମକୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ। ଏହାଛଡ଼ା ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନା ଥିବା ଦିବଂଗତ ପ୍ରିୟଙ୍କା ପାତ୍ରଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ। ସଫଳ ବୃକ୍କ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲର୍‌ ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆପୋଲୋ ହସ୍‌ପିଟାଲ୍‌ରେ ‘ବ୍ରେନ୍‌ ଡେଡ୍‌’ ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡ୍‌ନି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡ୍‌ନି ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କ ଠାରେ ପ୍ରତିରୋପଣ କାଯାଇଛି। ଏହା ହେଉଛି ଓଡ଼ିଶାରେ ପ୍ରଥମ ‘କେଡାଭେରିକ୍‌ ଟ୍ରାନ୍‌ସ୍‌ପ୍ଲାଣ୍ଟେସନ୍‌’ (ମୃତ ଦେହରୁ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ଜୀବନ୍ତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବା) ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe