କନକ ବ୍ୟୁରୋ : ରାତି ୧୨ଟା ୧୫ ମିନିଟ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ ଜଣେ ଯୁବକ। ମୁଖ୍ୟ ଫାଟକ ଦେଇ ଭିତରକୁ ପ୍ରବେଶ କରିବାକୁ ଉଦ୍ୟତ ହେଲେ। ତାଙ୍କ ପାଦ ଟଳମଳ ହେଉଥାଏ। ପାଟିରୁ ମଦ ଗନ୍ଧ ବାହାରୁଥାଏ। ଏଭଳି ଅବସ୍ଥା ଦେଖି ସେଠାରେ କାର୍ଯ୍ୟରତ ଜଣେ ସିଆଇଏସଏଫ୍ ଯବାନ ତାଙ୍କ ବାଟ ଓଗାଳିଲେ। ଯୁବକ ଜଣକ କହିଲେ, କବାଟ ଖୋଲ ଦିଲ୍ଲୀ ଯିବି। ଯୁବକ ଜଣକ ଯବାନଙ୍କୁ ଠେଲି ଭିତରେ ପଶିବାକୁ ଉଦ୍ୟମ କଲେ।
ଯବାନ ଜଣକ ତାଙ୍କୁ ବାହାରକୁ ଠେଲି ଆଣିବାରୁ ଯୁବକ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ। ଏଭଳି ଅବସ୍ଥା ଦେଖି ପାଖରେ କାର୍ଯ୍ୟରତ ଅନ୍ୟ ଯବାନମାନେ ଆସି ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଦୀର୍ଘ ୪୫ ମିନିଟ ଧରି ଉତ୍ତେଜନା ଲାଗି ରହିଥିଲା। ପରେ ଏୟାରପୋର୍ଟ ଥାନା ପିସିଆର ପହଞ୍ଚି ତଳେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/22oriAirport2.jpg)