କନକ ବ୍ୟୁରୋ : ବାପୁଜୀନଗର ରଙ୍ଗିଲା ବାରରେ ଚଢ଼ଉ କରି କ୍ୟାପିଟାଲ ପୁଲିସ ନୃତ୍ୟ କରୁଥିବା ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସରକାରଙ୍କ ନିର୍ଦେଶ ସତ୍ତ୍ୱେ ବାରରେ ଡାନ୍ସ ଚାଲିଥିବା ଅଭିଯୋଗ ପାଇବା ପରେ ଜୋନ୧ ଏସିପି ମାନସ ଗଡନାୟକ ସଦଳବଳ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଗ୍ରାହକଙ୍କ ପ୍ରବଳ ଭିଡ ଥିଲା ଏବଂ ଏହି ୧୦ଜଣ ଯୁବତୀ ନୃତ୍ୟ କରୁଥିଲେ।
ସରକାରଙ୍କ ନିର୍ଦେଶ ମୁତାବକ ଯୁବତୀମାନଙ୍କୁ ନୃତ୍ୟ କରିବାକୁ ବାରଣ କରାଯିବା ସହ ଉଦ୍ଧାର କରାଯାଇ ସର୍ଟଷ୍ଟେ ହୋମରେ ଛଡା ଯାଇଛି। ଉପଯୁକ୍ତ ଆଇନଗତ ବ୍ୟବସ୍ଥା ପରେ ସେମାନଙ୍କୁ ପରିବାର ବର୍ଗଙ୍କ ହସ୍ତାନ୍ତର କରାଯିବ। ସେହିଭଳି ସରକାରଙ୍କ ନିର୍ଦେଶ ନମାନି ବାରରେ ନୃତ୍ୟ ଜାରି ରଖିଥିବାରୁ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଉଜିକ ଲାଇସେନ୍ସ ବିନା ଗୀତ ବଜାଉ ଥିବାରୁ ସହରାଞ୍ଚଳ ପୁଲିସ ଆଇନ ବଳରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/bar.jpg)